ଏବେଠୁ ରେକର୍ଡ କଲାଣି ତାତି, ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର : ଏବେଠୁ ରେକର୍ଡ କଲାଣି ତାତି ।  ଉପରମୁହାଁ ପାରଦ । ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା । ଟିଟିଲାଗଡ଼ ଓ ଝାରସୁଗୁଡ଼ା ଓ ବଲାଙ୍ଗିରେ ରେକର୍ଡ କରିଛି ତାତି ।  ଗତକାଲି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଛି ।  ବଲାଙ୍ଗିରରେ ମଧ୍ୟ ୩୮ ଡିଗ୍ରୀ ଛୁଇଁଛି ପାରଦ ।  ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଟପିଛି ତାପମାତ୍ରା  । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ ।  ସୋନପୁର, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ହୀରାକୁଦ, ବୌଦ୍ଧ ଓ ବାରିପଦାରେ ୩୭ ଡିଗ୍ରୀରୁ ଅଧିକ ରହିଥିଲା ଦିନ ତାପମାତ୍ରା । ମାର୍ଚ୍ଚ ଆରମ୍ଭରୁ ଏଭଳି ସ୍ଥିତି ଉପୁଜିଲାଣି । ଆଗକୁ ସ୍ଥିତି ଅସମ୍ଭାଳ ହେବା ଆଶଂକା ।

ଅନ୍ୟପଟେ ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ । ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ ।  କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି । ମାର୍ଚ୍ଚରୁ ଆରମ୍ଭ ହୋଇ ମେ ଯାଏ ଏପରି ସ୍ଥିତି ରହିବ ।  ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍ବାଭାବିକ ତୁଳନାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଅଧିକ ରହିବା ଯୋଗୁ ଏଥର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବଢ଼ିବ  । ମାର୍ଚ୍ଚରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଆଶଙ୍କା ରହିଛି ।

 

 

ଆହୁରି ପଢ଼ନ୍ତୁ : ୧୨୫ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ଫେବ୍ରୁଆରୀ ତାତି, ୧୯୦୧ ପରେ ଦେଶରେ ସବୁଠାରୁ ଉତ୍ତପ୍ତ ବର୍ଷ