ଜଗତସିଂହପୁର: ହୋଲିରେ ମଦ ପିଇ ଉତ୍ପାତ ହୋଇ ଜିଲ୍ଲାରେ ଘଟିଛି ରେକର୍ଡ ସଂଖ୍ୟକ ଦୁର୍ଘଟଣା, ଦିନକରେ ୨୫ କେସ୍

ଜଗତସିଂହପୁର(କେନ୍ୟୁଜ୍):ଜଗତସିଂହପୁର ଜିଲ୍ଲାରେ ହୋଲି ପର୍ବ ପାଳନର ପରବର୍ତ୍ତୀ ସମୟରେ ନିଶାସକ୍ତ ହୋଇ ବେପରୁଆ ଗାଡି ଚାଳନା ଯୋଗୁଁ  ରେକର୍ଡ ସଂଖ୍ୟକ ଦୁର୍ଘଟଣା ଘଟିଛି । ହୋଲି ପରବର୍ତ୍ତୀ ଅପରାହ୍ନ ସମୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଦୁର୍ଘଟଣାମାନ ଘଟି ସଦର ମୁଖ୍ୟ ଚିକିତ୍ସାଳୟରେ ଆହତମାନେ ଭର୍ତ୍ତି ହୋଇଛନ୍ତି।

ପାଖାପାଖି ଗୋଟିଏ ଦିନରେ ୨୫ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଛି।ଜିଲ୍ଲାର ଜଇପୁର ,କଟରା,ଯୋଗଧାରୀ,ବାଲିଭଉଁରୀ,ପଳସା ,ଚର୍ଚ୍ଚିକା ବଜାର ,ହାଟ ବଜାର ଆଦି ସ୍ଥାନମାନଙ୍କରେ ଦୁର୍ଘଟଣାମାନ ଘଟି ଗୁରୁତର ଅବସ୍ଥାରେ ଲୋକମାନେ ଆସି ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।ଦୁର୍ଘଟଣାଗ୍ରସ୍ତ ଅଧିକାଂଶ ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.