ଭିତରକନିକା ଓ ରାଜନଗର ବନଖଣ୍ଡରେ କୁମ୍ଭୀର ବସା ଗଣନା ଶେଷ, ଚଳିତବର୍ଷ ରେକର୍ଡ ସଂଖ୍ୟକ ବସା ଚିହ୍ନଟ

ରାଜନଗର(କେନ୍ୟୁଜ୍): ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୨୨ଟି ବସା ଚିହ୍ନଟ କରାଯାଇଛି। ଗତବର୍ଷ ୮୪ଟି ବସା ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୩୮ଟି ବସା ବୃଦ୍ଧି ଘଟିଛି।

କନିକା ରେଞ୍ଜ୍‌ରେ ସର୍ବାଧିକ ୧୧୦ , ରାଜନଗରରେ ୯,ଗହିରମଥାରେ ୨, ମହାକାଳପଡ଼ାରେ ସର୍ବନିମ୍ନ ୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ବସା ଚିହ୍ନଟ କରାଯାଇଥିବାରୁ ପରିବେଶବିତ୍‌ମାନେ ଖୁସି ବ୍ୟକ୍ତ କରିଛନ୍ତି। କୁମ୍ଭୀର ମାନଙ୍କ ପ୍ରଜନନ ଶେଷ ହେବା ପରେ ନଦୀ ଜୁଆର ମାଡୁନଥିବା ଉଚ୍ଚା ସ୍ଥାନରେ ମା କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା କରି ଅଣ୍ଡାଦାନ କରିଥାଏ ।

ଗୋଧୀ ଅଣ୍ଡା ନଷ୍ଟ କରିବାର ସମ୍ଭାବନା ଥିବାରୁ ମାଆ କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବସାକୁ ଜଗି ରହିଥାଏ। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିତରକନିକାକୁ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ଭିତରକନିକା ବନ୍ଦ ରହିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.