ଫେବ୍ରୁୟାରୀ ମାସରୁ ରେକର୍ଡ କରୁଛି ତାପମାାତ୍ରା, ଡରାଇଲାଣି ଶିମିଳିପାଳ ଜଙ୍ଗଲ ନିଆଁ

ଫେବ୍ରୁୟାରୀ ମାସରୁ ରେକର୍ଡ କରୁଛି ତାପମାାତ୍ରା । ଡରାଇଲାଣି ଜଙ୍ଗଲ ନିଆଁ । ଗତକାଲି ତାପମାତ୍ରା ବାରିପଦାରେ ୩୫ ଛୁଇଁ ଥିବା ବେଳେ ଶିମିଳିପାଳରେ ନିଆଁ ପାଇଁ ଏବେଠୁ ଚିନ୍ତାରେ କର୍ତ୍ତୃପକ୍ଷ । ଫେବ୍ରୁୟାରୀ ୧ରୁ ୧୫ତାରିଖ ମଧ୍ୟରେ ୭୦ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଛି । କରଞ୍ଜିଆ ଓ ରାଇରାଙ୍ଗପୁର ଡିଭିଜନରେ ସର୍ବାଧିକ ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ବେଳେ , ଶିମିଳିପାଳରେ ଏ ପର୍ଯ୍ୟନ୍ତ ନିଆଁ ଲାଗି ନ ଥିବା କହିଛନ୍ତି ଆରସିସିଏଫ । ନିଆଁ ଦାଉରୁ କିଭଳି ଜଙ୍ଗଲକୁ ରକ୍ଷା କରାଯାଇ ପାରିବ ସେଥିପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଶିମିଳିପାଳ କର୍ତ୍ତୃପକ୍ଷ । ସ୍ଵତନ୍ତ୍ର ଭାବେ ୫୪ଟି ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ୨୯୦ ଜଣ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଛି ।
୮୧୨୮ କିଲୋମିଟର ଫାୟାର ଲାଇନ ପ୍ରସ୍ତୁତ କରାଯାଇଥିବା ବେଳେ ୯୭୩ ଫାୟାର ବ୍ଲୋୟାର ମଧ୍ୟ ପ୍ରସ୍ତୁତ ହୋଇଛି । ବିଶେଷ କରି ଜଙ୍ଗଲ ନିଆଁ ସମ୍ପୁର୍ଣ୍ଣ ମନୁଷ୍ୟକୃତ ହୋଇଥିବା ବେଳେ ଲୋକଙ୍କୁ ସଚେତନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । କଣ ରହିଛି ପ୍ରସ୍ତୁତି କିଭଳି କରାଯିବ ଜଙ୍ଗଲ ନିଆଁର ମୁକାବିଲା ସେ ନେଇ ଆରସିଏଫ୍ ପ୍ରକାଶ ଚାନ୍ଦ ଗୋଗୀନେନୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ମୟୂରଭଞ୍ଜ ବ୍ୟୁରୋ ହେଡ୍ ସତ୍ୟଜିତ ସୋମ ।
ଆହୁରି ପଢନ୍ତୁ : ଟ୍ରେଡିଂ କମ୍ପାନୀରେ ଲଗାଇଥିବା ଟଙ୍କା ନିବେଶକଙ୍କୁ ଡିସେମ୍ବର ସୁଦ୍ଧା ମିଳିପାରେ !