ରାଜ୍ୟ

ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲରେ ୩୮୧ ଜଣ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ତ୍ୱରାନ୍ୱିତ ହେବ, ପଥ ପରିଷ୍କାର କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ୩୮୧ ଜଣ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ନେଇ ପଥ ପରିଷ୍କାର କରିଛନ୍ତି ହାଇକୋର୍ଟ। ଏ ସଂକ୍ରାନ୍ତରେ ହାଇକୋର୍ଟରେ ଥିବା ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ଓଡିଶା ହାଇକୋର୍ଟ। ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଠିକାରେ କାର୍ଯ୍ୟରତ କିଛି ଡାକ୍ତର ଚାଲେଞ୍ଜ କରିଥିବା ବେଳେ ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ବୈଧ ବୋଲି କହିଛନ୍ତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ। ୨୦୨୧ ମସିହା ନଭେମ୍ବର ୧୦ ତାରିଖରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ଆବେଦନ ଆହ୍ବାନ କରାଯାଇଥିଲା।

୨୩ ଟି ବିଭାଗରେ ୩୮୧ ଟି ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ଏହି ବିଜ୍ଞାପନ ବାହାରି ଥିଲା। ଓଡିଶା ମେଡିକାଲ ସର୍ଭିସ କ୍ୟାଡ଼ର ଗ୍ରୁପ- ଏ ର ଏହି ନିଯୁକ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା। ଏହି ବିଜ୍ଞପ୍ତିକୁ ଡାକ୍ତର ସରୋଜ ଶେଖର ରଥ ଓ ଅନ୍ୟ ମାନଙ୍କ ପକ୍ଷରୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ବିଭିନ୍ନ ମେଡ଼ିକାଲ କଲେଜରେ ଠିକା ଓ ଚୁକ୍ତିଭିତ୍ତିକ କିମ୍ବା ଡେପୁଟେସନ ଭାବେ ଆସିଷ୍ଟାଣ୍ଡ ପ୍ରଫେସର ପଦବୀରେ କାର୍ଯ୍ୟରତ ଏହି ଡାକ୍ତର ମାନେ ଏହାକୁ ଚାଲେଞ୍ଜ କରିଥିଲେ। ଏହି ଠିକା ଓ ଚୁକ୍ତିଭିତ୍ତିକ କିମ୍ବା ଡେପୁଟେସନ ଭାବେ ଆସିଷ୍ଟାଣ୍ଡ ପ୍ରଫେସର ପଦବୀରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସେଠାରେ ସ୍ଥାୟୀ ନିଯୁକ୍ତି ଦେବାକୁ ସେମାନେ ପ୍ରାର୍ଥନା କରିଥିଲେ।

ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ବିସ୍ତୃତ ଶୁଣାଣି କରିବା ସହ ଓଡିଶା ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶନାମା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ତର୍ଜମା କରିଥିଲେ। ଠିକା ଓ ଚୁକ୍ତିଭିତ୍ତିକ କିମ୍ବା ଡେପୁଟେସନ ଭାବେ ଆସିଷ୍ଟାଣ୍ଡ ପ୍ରଫେସର ପଦବୀରେ କାର୍ଯ୍ୟରତ ଏହି ଡାକ୍ତରମାନଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି ହାଇକୋର୍ଟ। ଏହା ସହ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ କୌଣସି ତ୍ରୁଟି ନଥିବା ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ଓଡିଶା ମେଡ଼ିକାଲ ଏଜୁକେସନ ସର୍ଭିସ ରୂଲ ୨୦୨୧ ଅନୁଯାୟୀ ରାଜ୍ୟ ସରକାର ଏହି ନିଯୁକ୍ତି ପ୍ରକ୍ରିୟା କରି ପାରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

ଏ ସଂକ୍ରାନ୍ତରେ ଦାୟର ହୋଇଥିବା ସମସ୍ତ ରିଟ ପିଟିସନକୁ ହାଇକୋର୍ଟ ଖାରଜ କରିବା ସହ ବିଜ୍ଞପ୍ତିର ସର୍ତ୍ତାବଳୀକୁ ମାନି ଆବେଦନ କରିଥିବା ଡାକ୍ତର ପରବର୍ତ୍ତୀ ସମୟରେ ଚାକିରୀ ପାଇବାରୁ ବଞ୍ଚିତ ହେଲେ ନିଯୁକ୍ତି ପ୍ରକ୍ରିୟାକୁ ଅଦାଲତରେ ଚାଲେଞ୍ଜ କରି ପାରିବେ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

21 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

26 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago