ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରାଜଧାନୀକୁ ରେଡ୍ ଆଲର୍ଟ, ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ରାଜଧାନୀକୁ ରେଡ୍ ଆଲର୍ଟ ।  ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ।  ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ ।  ଗତ ଦୁଇ ଘଣ୍ଟା ଧରି ଭୁବନେଶ୍ବରରେ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ସକଳେ ଆଜି ଖରା ପାଗ ହୋଇଥିଲା । କିନ୍ତୁ ଦିନ ପ୍ରାୟ ସାଢେ ୧୨ ଟା ପରେ ହଠାତ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଏହା ପରେ ଆରମ୍ଭ ହୋଇଛି ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା । .ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୦ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ରାଜ୍ୟରେ ବର୍ଷା ଲାଗିରହିବ।  ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କାଲି ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Also read: ରାଜଧାନୀରେ ପ୍ରବଳ ବର୍ଷା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା