ଦୃଷ୍ଟିଶକ୍ତି ବୃଦ୍ଧି ଠାରୁ ଆଣ୍ଠୁଗଣ୍ଠି ବଥା ପର୍ଯ୍ୟନ୍ତ ରୋଗକୁ ଭଲ କରିପାରେ କାଇ ଚଟଣୀ, ଜିଆଇ ଟ୍ୟାଗ୍‌ ଦେବାକୁ ଦାବି

ମୟୁରଭଞ୍ଜ (କେନ୍ୟୁଜ) : ଆଦିବାସୀ ଖାଦ୍ୟ କାଇ ଚଟୁଣୀ ବା ଲାଲି ପିମ୍ପୁଡି ଚଟୁଣୀକୁ ମିଳିବ ଜିଆଇ ଟ୍ଯାଗ୍‌। ଆରମ୍ଭ ହୋଇଯାଇଛି ପ୍ରୟାସ। କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ମାନଙ୍କ ଦ୍ୱାରା ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଇ ପିକରଣ କରାଯାଇଛି। ଯାଞ୍ଚ ପରେ ଶିଘ୍ର ହିଁ ମିଳୀବ ଜିଆଇ ଟ୍ଯାଗ୍‌।

ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ କେତେବେଳେ ଏହି ଲାଲି ପିମ୍ପୁଡି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ଆଉ କେତେବେଳେ ଏହାକୁ ବ୍ୟବହାର କରି ଥଣ୍ଡା ଜ୍ୱର ଓ ନିମୋନିଆରୁ ରକ୍ଷା ପାଇଥାନ୍ତି। କାଇ ପିମ୍ପୁଡି ଦେହରେ ଥିବା ଥଣ୍ଡା ଜନିତ ରୋଗର ପ୍ରତିଷେଧକ ଶକ୍ତିର ଉତ୍ସକୁ ଅନୁଶୀଳନ କଲେ କରୋନା ଭଳି ମହାମାରୀର ପ୍ରତିଷେଧକ ମିଳିପାରିବ ବୋଲି ଯୁବ ଇଂ ନୟାଧର ପଡିଆଳ ମଧ୍ୟ ଦାବି କରିଛନ୍ତି। ଏହାକୁ ନେଇ ସେ ତଥ୍ୟ ସମ୍ବଳିତ ପ୍ରମାଣ ପତ୍ର ସହ ଆଇସିଏମ୍‌ଆରକୁ ବାରମ୍ବାର ଅବଗତ ମଧ୍ୟ କରାଇଛନ୍ତି।

ଏହି ଆଦିବାସୀ ଖାଦ୍ୟକୁ ନେଇ ଆଇସିଏମ୍‌ଆରକୁ ଅବଗତ କରାଇ ଅଧିକ ଗବେଷଣା କରିବାକୁ ନିବେଦନ କରିବା ପରେ ଆଇସିଏମ୍‌ଆର୍‌ର ବୈଜ୍ଞାନିକ ଡ଼ ମଧୁମତି ଏଥିରେ ଆଗ୍ରହ ପ୍ରକାଶ କରିବା ସହ ଆୟୁଷ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ଗବେଷଣା ସଂସ୍ଥା କାଉନସିଲ ଅଫ୍‌ ସାଇନ୍ସ ଏଣ୍ଡ ରିସର୍ଚକୁ ତଥ୍ଯ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। କେବଳ କରୋନା ମହାମାରୀ ନୁହେଁ ବହୁ ରୋଗର ନିରାକରଣ ପାଇଁ କାଇ ଔଷଧ ଭାବେ କାର୍ଯ୍ୟ କରିବ ବୋଲି ଆଦିବାସୀ ସମାଜ ବିଶ୍ୱାସ ରଖିଛି। ଆଉ ଏବେ ଜିଆଇ ଟ୍ଯାଗ୍‌ ମିଳିବା ପରେ ଅଧିକ ଗବେଷଣା କରାଯିବ ବୋଲି ସମସ୍ତେ ଆଶାବାଦୀ।

ବିଶେଷ କରି ଏହି କାଇ ପିମ୍ପୁଡି ଜଙ୍ଗଲରେ ଥିବା ଶାଳ ଏବଂ କରଞ୍ଜ ଗଛ ମାନଙ୍କରେ ରହିଥାଏ। ବିଶେଷ କରି ଥଣ୍ଡା ଦିନରେ ଏହା ଜଙ୍ଗଲରେ ଅଧିକ ଦେଖାଯାନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାକୁ ଜଙ୍ଗଲରୁ ଆଣି ଖାଦ୍ୟ ଓ ଔଷଧ ଭାବେ ବ୍ଯବହାର କରିଥାନ୍ତି। ଏଥିରେ କେବଳ ଫ୍ଲୁ ଓ ଥଣ୍ଡା ରୋଗ ଭଲ କରିବାର ଗୁଣ ନାହିଁ ବରଂ ଭୋକ ବୃଦ୍ଧି, ଦୃଷ୍ଟିଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ଆଦି ବିଭିନ୍ନ ରୋଗର ଉପଶମ ଏହି କାଇ ଚଟୁଣୀ।ଏଥିରେ ଭିଟମିନ୍‌ , ଆଇରନ, ମାଗ୍ନେସିୟମ, ପଟାସିୟମ, ସୋଡିୟମ ଆମିନୋ ଏସିଡ୍‌ ଭଳି ବହୁ ଔଷଧୀୟ ଗୁଣ ଥିବା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ନଥିପତ୍ର ପ୍ରସ୍ତୁତ କରି ଜିଆଇ ଟ୍ଯାଗ୍‌ ପାଇଁ ପଞ୍ଚିକୃତ କରାଇଛ‘ି। ଫଳରେ ଅଧିକ ଗବେଷଣା କରିବାର ଅବଶ୍ଯକତା ରହିଛି। କାଇ ଚଟୁଣୀକୁ ଜିଆଇ ଟ୍ଯାଗ୍‌ ମାନ୍ଯତା ସହ କୋଭିଡ୍‌ ଟୀକା ଭାବେ ଗବେଷଣା କରାଯାଏ ତେବେ ମୟୁରଭଞ୍ଚରୁ ଆୟୁର୍ବେଦକୁ ନେଇ ନୂଆ ସମ୍ବାବନା ସୃଷ୍ଟି ହେବ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.