ମୃଦୁ ପାନୀୟ କମ୍ପାନୀ ରେଡ୍ବୁଲ୍ର ନିଆରା ପ୍ରୟାସ, କୋଭିଡ୍ ଯୋଦ୍ଧାଙ୍କୁ ମାଗଣାରେ ବାଣ୍ଟୁଛନ୍ତି Red Bull କ୍ୟାନ୍

କରୋନା ସମୟରେ ହସ୍ପିଟାଲରେ ଦିନ ରାତି କାମ କରୁଥିବା କୋଭିଡ୍ ଯୋଦ୍ଧାଙ୍କୁ ନିଆରା ଢଙ୍ଗରେ ସମ୍ମାନିତ କରୁଛି ଜଣାଶୁଣା ମୃଦୁ ପାନୀୟ କମ୍ପାନୀ ରେଡ୍ ବୁଲ। ରେଡ୍ ବୁଲ ଓଡ଼ିଶା ପକ୍ଷରୁ ଆଜି କଟକର ଏକ ହସ୍ପିଟାଲରେ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ରେଡ୍ବୁଲ କ୍ୟାନ୍ ବଣ୍ଟା ଯାଇଛି। ରେଡ୍ବୁଲର ମାର୍କେଟିଂ ଷ୍ଟାଫ୍ ହସ୍ପିଟାଲରେ ପହଞ୍ଚି କୋଭିଡ୍ ଯୋଦ୍ଧାଙ୍କୁ ଏଭଳି ଅଭିନବ ଉପାୟରେ ସମ୍ମାନିତ କରିଛନ୍ତି ଓ ତାଙ୍କୁ ଉତ୍ସାହିତ କରିଛନ୍ତି। କରୋନା ସମୟରେ ଡାକ୍ତର, ନର୍ସ ଓ ହସ୍ପିଟାଲର ଷ୍ଟାଫ୍ମାନେ ଯେଭଳି ଭାବେ ଦିନ ରାତି ଏକ କରି ଲୋକଙ୍କୁ ସେବା ଯୋଗାଉଛନ୍ତି, ସେଥିପାଇଁ ସେମାନଙ୍କୁ ଶକ୍ତିର ନିତାନ୍ତ ଆବଶ୍ୟକତା ରହିଛି। ଆଉ ରେଡ୍ ବୁଲ ତାଙ୍କୁ ଏହି ଶକ୍ତି ଯୋଗାଇବାରେ ସାହାଯ୍ୟ କରିବ। ଏଭଳି ଏକ ନିଆରା ପ୍ରୟାସ କରିଛି ଓଡ଼ିଶା ରେଡ୍ ବୁଲ।
ରେଡ୍ବୁଲ ଓଡ଼ିଶା ପକ୍ଷରୁ ଏବେ ବିଭିନ୍ନ ହସ୍ପିଟାଲ, ପୋଲିସ ଷ୍ଟେସନ୍, ଗଣମାଧ୍ୟମ ସଂସ୍ଥା ଓ ଅନ୍ୟ ସଂଗଠନକୁ ଯାଇ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ରେଡ୍ବୁଲର କ୍ୟାନ୍ ବଣ୍ଟା ଯାଉଛି। ଏହି ରେଡ୍ବୁଲର କ୍ୟାନ୍ କମ୍ପାନୀ ପକ୍ଷରୁ ମାଗଣାରେ ବଣ୍ଟାଯାଉଛି।
ରେଡ୍ବୁଲର ମୃଦୁ ପାନୀୟ ବାଣ୍ଟୁଥିବା ଷ୍ଟାଫ୍ମାନେ କରୋନା ନିୟମକୁ ପାଳନ କରି ସାନିଟାଇଜର ବ୍ୟବହାର କରିବା ସହ ଡବଲ ମାସ୍କ ପିନ୍ଧୁଛନ୍ତି। ଏଥି ସହ ସେମାନେ ଡବଲ ଡୋଜ୍ ନେଇଥିବା ସାର୍ଟିଫିକେଟ୍ ନିଜ ସହ ରଖୁଥିବା ନେଇ କମ୍ପାନୀ ସ୍ପଷ୍ଟ କରିଛି। ତେବେ ରେଡ୍ବୁଲର ଏହି ନିଆରା ଉଦ୍ୟମକୁ ସବୁ ଆଡ଼ୁ ପ୍ରଶଂସା କରାଯାଉଥିବା ଦେଖାଯାଇଛି।