ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ରେଡ୍, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ତାଳଚେର: ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ରେଡ୍ ।  ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି ।  ଓଜନ ମାପ , ସୁନାର ମାନ ,ଦୋକାନ ପ୍ରମାଣପତ୍ର ଆଦିକୁ ନେଇ ଏହି ଚଢ଼ାଉ କରାଯାଇଥିଲା ।  ପାର୍ବଣ ସମୟରେ ବିଭିନ୍ନ ସୁନା ଦୋକାନରୁ ସୁନା କିଣିବାକୁ ଲୋକଙ୍କ ଭିଡ଼ ଲାଗି ରହିଥାଏ ।  ବିଭିନ୍ନ ସମୟରେ ଓଜନ ମାପରେ ଠକାମୀର ଶିକାର ହୋଇଥାନ୍ତି ।

ଲୋକେ ଯାହାକୁ ଦୃଷ୍ଟିରେ ରଖି ଏଭଳି ଚଢ଼ାଉ କରାଯାଇଥିବା କହିଛନ୍ତି ତାଳଚେର ଡେପୁଟି କଲେକ୍ଟର ।  ପାଖାପାଖି ୧୫ରୁ ଉର୍ଦ୍ଧ୍ଵ ସୁନା ଗହଣା ଦୋକାନରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ ୧ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି ।