ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜିକରଣ, ମେ ୧ ରୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜିକରଣ । ମେ ୧ରୁ ଟିକାକରଣ କରାଯିବ। ୧୮ରୁ ୪୪ ବର୍ଷ ବୟସ ବର୍ଗ ଟିକା ନେବେ। ଏହି ପର୍ଯ୍ୟାୟ ପାଇଁ ରାଜ୍ୟ ସରକାର ସିଧା ଉତ୍ପାଦନକାରୀ କମ୍ପାନୀଙ୍କଠାରୁ ଟିକା କିଣିବେ। ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ ଓ ୩୭୭ ଲକ୍ଷ ଡୋଜ୍‌ କୋଭିସିଲ୍‌ଡ ଟିକା ଲାଗି ଓଡ଼ିଶା ସରକାର ଅର୍ଡର କରି ସାରିଛନ୍ତି।

ଏପ୍ରିଲ ୨୬ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରେ ୨ କୋଟି ୭ ଲକ୍ଷ ଟିକା ମହଜୁଦ ଥିଲା। ଓଡ଼ିଶାରେ ଏ ସଂଖ୍ୟା ଥିଲା ୪ ଲକ୍ଷ ୬୮ ହଜାର। ସେଥିରୁ କୋଭିସିଲ୍‌ଡ ପ୍ରାୟ ଦେଢ଼ ଲକ୍ଷ ଓ କୋଭାକ୍‌ସିନ ୩ ଲକ୍ଷ ୬୫ ହଜାର। ୪ ଦିନ ପାଇଁ ଉପଲବ୍ଧ ଅଛି କୋଭାକ୍‌ସିନ। ରାଜ୍ୟର ୧୪୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ୬ ଶହ କେନ୍ଦ୍ରରେ ଟିକା ଦିଆଯାଇଛି। ବନ୍ଦ ରହିଥିଲା ୮ ଶହ କେନ୍ଦ୍ର। ବର୍ତ୍ତମାନ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଟିକା ଦିଆଯାଉଛି। କେନ୍ଦ୍ର ସରକାର ଟିକା ଯୋଗାଉଛନ୍ତି। ପର୍ଯ୍ୟାପ୍ତ ଟିକା ମିଳୁ ନାହିଁ। ସେପଟେ ତୃତୀୟ ପର୍ଯ୍ୟାୟ ୧୮ରୁ ୪୪ ବର୍ଗଙ୍କ ପାଇଁ ରାଜ୍ୟ ସରକାର ଉତ୍ପାଦନକାରୀଙ୍କଠାରୁ ସିଧା ଟିକା କିଣି, ରାଜ୍ୟବାସୀଙ୍କୁ ମାଗଣାରେ ଟିକାକରଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.