ହକି ବିଶ୍ୱକପ୍‌ ପୂର୍ବରୁ ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ନିୟମିତ ବିମାନ ସେବା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଦୈନିକ ଉଡ଼ାଣ। ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲାକୁ ନିୟମିତ ବିମାନସେବା ଆରମ୍ଭ ହୋଇଛି। ରାଉରକେଲାରୁ ଅପରାହ୍ଣ ୨ଟା ୫୫ରେ ବାହାରି ଭୁବେନେଶ୍ୱରରେ ୩ଟା ୫୦ ରେ ପହଞ୍ଚିବ । ଭୁବନେଶ୍ୱରରୁ ୪ଟା ୧୫ରେ ବାହାରି ରାଉରକେଲାରେ ୫ଟା ୧୦ରେ ପଂହଚିବ । ବିମାନରେ ୭୨ଟି ସିଟ୍‌ ରହିଥିବାବେଳେ ଟିକେଟ୍‌ ମୂଲ୍ୟ ରହିଛି ୨ହଜାର ୮୯୮ ଟଙ୍କା।

ସେହିପରି ଭୁବନେଶ୍ୱରରୁ ରାଉରକେଲା ବିମାନ ଟିକେଟ ଦାମ୍‌ ରହିଛି ୨୮୩୦ ଟଙ୍କା । ଗତ ୭ ତାରିଖରେ ଏଟିଆର-୭୨ ଆଲାଏନ୍ସ ଏୟାର ଲାଇନ୍ସ ବିମାନ ପ୍ରଥମ ଉଡାଣ ଭରିଥିଲା । ଭୁବନେଶ୍ୱର ବିମାନବନ୍ଦରରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.