ପତାକା ଉପାଡିବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଜାରି

ଭଦ୍ରକ : ପତାକା ଉପାଡିବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଏହି ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହେବ ସହ ୧୬୩ ଧାରା ଜାରି ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଧିନସ୍ଥ ଗୁଡୁ ପୋଖରୀ ଗାଁରେ । ଏକ ସମ୍ପ୍ରଦାୟର ପତାକା ରାସ୍ତା ଉପରେ ପୋତା ଯାଇଥିଲା । ଏହାକୁ ବିରୋଧ କରି ଅନ୍ୟ ଗୋଷ୍ଠୀର କେତେକ ଯୁବକ ଏହାକୁ ଉପାଡ଼ି ଦେଇଥିଲେ ।

ଏହାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଉଥିଲା ବେଳେ ହଠାତ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ୪ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଉଭୟ ଧୂଷୁରୀ ଓ ଧାମନଗର ପୋଲିସର ୨ଟି ଟିମ୍ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।

ଏବେବି ଚାପା ଉତ୍ତେଜନା ଲାଗିରହିଥିବାରୁ ପ୍ରଶାସନ ପକ୍ଷରୁ ଗୁଡୁ ପୋଖରୀ ସମେତ ଏହାର ୧ କିଲୋମିଟର ପର୍ଯ୍ୟନ୍ତ ଅଂଚଳରେ ୧୬୩ ଧାରା ଲାଗୁ ହୋଇଛି । ଆଜି ଦିନ ୨ଟାରୁ ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ୧୬୩ ଧାରା ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like