ମନିଷ ମୃୃତ୍ୟୁ ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି, ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ

ଭୁବନେଶ୍ବର(କେନ୍ଯୁଜ୍): ମନିଷ ଅନୁରାଗ ମୃୃତ୍ୟୁ ମାମଲାରେ ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି। ୪ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ। ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରିଛି ପୋଲିସ । ଇନଫୋସିଟି ଥାନାରେ ଚାଲିଥିଲା ମାରାଥନ୍‌ ଜେରା । ମୃତ୍ୟୁ ରହସ୍ୟର ତଥ୍ୟ ମିଳିଛି ।

ସୂଚନା ଥାଉକି, କେଉଁଠି ବଚସା ହେଲା ହେଲା ? କେଉଁ ସ୍ଥାନରେ ପିଟାପିଟି ହେଲେ ? ଆକ୍ରମଣର କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିବ ପୋଲିସ । ମନିଷଙ୍କ ମୋବାଇଲ୍‌ ଫୋନ୍‌ ଖୋଜି ବାହାର କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ଥିଲା । ପ୍ରମାଣ ନଷ୍ଟ ପାଇଁ ମନିଷଙ୍କ ମୃତଦେହକୁ ପୋଖରୀରେ ଫିଙ୍ଗିଥିଲେ ଅଭିଯୁକ୍ତ । ମୋବାଇଲ୍‌ ଫୋନ୍‌ ଗଲା କୁଆଡ଼େ ? କେଉଁଠି ଫିଙ୍ଗିଛନ୍ତି ? ୯ ତାରିଖରେ କୁଆଡ଼େ ଯାଇଥିଲେ ? ପଟିଆରୁ ପାତ୍ରପଡ଼ା ଭାୟା ଲକ୍ଷ୍ମୀସାଗର ଭିତରେ କେଉଁଠି କଣ ସବୁ ଘଟିଥିଲା ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ୩ ଜଣଙ୍କ ପାଖରୁ ବାହାର କରିଛି ପୋଲିସ । ସେମାନଙ୍କୁ ସାମନା ସାମ୍ନି ଜେରା କରିଛି । ଆଉ ଅଭିଯୁକ୍ତଙ୍କ ଠାରୁ ସବୁ ସତ ଓଗାଳିଛି ।

ଗତ କିଛି ଦିନ ତଳେ ମନିଷଙ୍କ ମୃତ୍ୟୁ ପୂର୍ବର ଶେଷ ଫୋନ୍‌ କଲ୍‌ ରେକର୍ଡ ସାମ୍ନାକୁ ଆସିଥିଲା। ଯେଉଁଥିରେ ମୃତ୍ୟୁର ସେହି ରାତିରେ ତାଙ୍କ ମାଆଙ୍କୁ ଫୋନ୍‌ କରିଥିଲେ ମନିଷ। ଉଭୟ ମା ପୁଅ ଅଳ୍ପ ସମୟ ପାଇଁ କଥା ହୋଇଥିଲେ । ମନୀଷ କହିଥିଲେ ୧୫ରୁ ୨୦ ମିନିଟ୍‌ ଭିତରେ ସେ ଘରେ ପହଞ୍ଚିଯିବେ। ତାପରେ ମା ପଚାଇଥିଲେ କୁଆଡେ ଯାଉଛି କି? ଏହାର ଉତ୍ତରରେ ମନୀଷ କହିଥିଲେ ହଁ ମୁଁ ଟିକେ ବାହାରେ ଅଛି। କିନ୍ତୁ ଆଉ ରାତି ୧୨ଟା ପରେ ଫୋନ୍‌ ଉଠାଇନଥିଲେ ମନୀଷ। ଏହାପରେ ମନୀଷଙ୍କ ମୃତ୍ୟୁ ଖବର ଚାରିଆଡେ ପ୍ରଚାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.