ଏଥର ଭୁବନେଶ୍ୱରରେ ମିଳିବ ଭଡ଼ାରେ ବାଇକ୍ , ପରିବହନ କମିଶନରଙ୍କ ଦ୍ବାରା ହେଲା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ଡ୍ରପ ୟୁ.କମ୍‌ ପକ୍ଷରୁ ଭଡ଼ାରେ ଯୋଗାଇ ଦିଆଯିବ ବାଇକ । ପରିବହନ କମିଶନର ସଂଜୀବ ପଣ୍ଡା ପତକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଅନ ଲାଇନରେ ବୁକ କରି ପ୍ରତି ଘଣ୍ଟାକୁ ୩୬ଟଙ୍କାରୁ ଆରମ୍ଭ କରି ଦିନକୁ ୩୫୦ ଟଙ୍କା ଯାଏ ଟଙ୍କା ଦେଇ ବାଇକ ନେଇପାରିବେ । ବିଭିନ୍ନ ଟାରିଫ ରେଟ୍‌ରେ ଏହା ଉପଲବ୍ଧ ହେବ । ସ୍କୁଟର ଠାରୁ ଆରମ୍ଭ କରି ପ୍ରିମିୟମ ବାଇକ ୩୫୦ ସିସି ମଧ୍ୟ ଗ୍ରାହକ ଅନଲାଇନରେ www.dropu.com ଦ୍ୱାରା ବୁକ କରିପାରିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ମାର୍ଟ ବାଇକର ବ୍ୟବସ୍ଥା ଭାବେ ଜିପିଆରଏସ ସଂଯୋଗ କରାଯାଇଛିା ପ୍ରାଥମିକ ଭାବେ ୧୮ଟି ସ୍କୁଟି ଓ ବାଇକ ଭଡ଼ାରେ ମିଳିବ । ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ପଯ୍ୟର୍ଟକ ଏହି ଯୋଜନାରେ ଲାଭ ପାଇପାରିବେ ।