ଇତିହାସରେ ପ୍ରଥମ ଥର ୩ ରଥକୁ ଭଙ୍ଗା ନଯାଇ ସଂରକ୍ଷଣ କରିବାକୁ ନିଷ୍ପତ୍ତି: ଆଜିଠୁ ଆରମ୍ଭ ହେଲା ରଥ ଖୋଲିବା କାମ

ପୁରୀ: ଚଳିତ ବର୍ଷ ଐତିହାସିକ ରଥଯାତ୍ରାରେ ବ୍ୟବହୃତ ୩ ରଥ ସଂଗ୍ରହାଳୟରେ ରହିବ । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ଖୋଲିବା କାମ । ବିଶ୍ୱକର୍ମା ମହାରଣା, ଭୋଇ ଏବଂ ଓଝା ମହାରଣା ସେବାୟତମାନେ ରଥକୁ ଖୋଲିବା ପରେ ଜଗନ୍ନାଥ ବଲ୍ଲଭ ମଠରେ ପୁନଃ ସଂଯୋଗ କରାଯିବ । ପ୍ରାଥମିକ ଭାବେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଭାଙ୍ଗିବା କାମ ଆରମ୍ଭ ହୋଇଛି ।

ଇତିହାସରେ ପ୍ରଥମ ଥର ପାଇଁ ୩ ରଥକୁ ଭଙ୍ଗା ନଯାଇ ସଂରକ୍ଷଣ କରିବାକୁ ନିଷ୍ପତ୍ତି ହୋଇଛି । ରଥର କାଠ ଗୁଡିକରେ ରାସାୟନିକ ପଦାର୍ଥ ଦିଆଯାଇ ସଂରକ୍ଷଣ କରାଯିବ । ଏପରିକି ପ୍ରତ୍ୟେକ ବର୍ଷ ନିର୍ମାଣ ହେଉନଥିବା ସାରଥୀ, ଘୋଡା, ପାଶ୍ୱଦେବତାଙ୍କୁ ଶାଳ, ପିଆଶାଳ, ପ୍ରଭୃତି ଭଲ କାଠ ବ୍ୟବହାର କରି ପୁନଃନିର୍ମାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.