ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି, ଶ୍ରୀମନ୍ଦିରରେ ଦିବା ପହୁଡ ନୀତି ପାଇଁ ବନ୍ଦ ରହିଥିଲା କାମ

ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି ।  ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯିବ।  ଦ୍ବିତୀୟ ଭୋଗ ଶେଷ ହେବା ପରେ କାମ ଆରମ୍ଭ ହେବ ।  ପ୍ରଥମ ଦିନରେ ଲୁହା ଭାରା ବନ୍ଧା ସହ ଫାଟ ଥିବା ସ୍ଥାନରେ ପ୍ଲାଷ୍ଟର ଛଡ଼ା ଯାଇଥିଲା।   ପ୍ରତିଦିନ ୫ରୁ ୬ ଘଣ୍ଟା ମରାମତି କାର୍ଯ୍ୟ କରିବ ଏଏସଆଇ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ ଦିଆଯାଇଛି ।  ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେଲେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ ।  ୧୭ ତାରିଖରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତକାଲି ଶ୍ରୀମନ୍ଦିରରେ ଦିବା ପହୁଡ ନୀତି ପାଇଁ ବନ୍ଦ ରହିଥିଲା ମରାମତି କାମ ।  ଆଜିଠୁ ପୁଣି ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯିବ।