ଆସନ୍ତାକାଲି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି

ପୁରୀ :  ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ । ଏହି ସମୟରେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ କରିବ ମରାମତି l ପ୍ରତିଦିନ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କାମ କରାଯିବ । ଦିନ ୧୨ଟା ୩୦ କିମ୍ବା ଅପରାହ୍ ଣ ଗୋଟାଏ ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ମରାମତି କାର୍ଯ୍ୟ କରିବ ଏଏସଆଇ।

ପ୍ରଥମେ ଲୁହାଭାରା ବନ୍ଧାଯିବା ପରେ ଡି ପ୍ଲାଷ୍ଟରିଂ ଓ ଏହା ପରେ ପୁରୁଣା ଲୁହା ବିମ୍ ଏବଂ ପଥର ମରାମତି କାର୍ଯ୍ୟ କରାଯିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫ଶହ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ବାରା ମରାମତି କରିବାକୁ ମତ ରଖିଛନ୍ତି ସେବାୟତ।