ବିନା ଠାକୁରରେ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା, ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇ ଆମେରିକା ହ୍ୟୁଷ୍ଟନରେ ଅଦିନରେ ରଥଯାତ୍ରା କଲା ଇସ୍କନ । ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ । ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଟାଣିଛି । ଯାହା ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ଅଦିନ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା ।

ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନ ସ୍ନାନ ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଗତକାଲି ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ଫେଷ୍ଟିଭାଲ ଅଫ ବ୍ଲିସ ପାଳନ କରିଛି ଇସ୍କନ ।  ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମନ୍ଦିର ପ୍ରଶାସନ ଓ ଗଜପତି ମହାରାଜାଙ୍କ ତରଫରୁ ଚେତାବନୀ ଦିଆଯାଇଥିଲା । ଏବେ ମନ୍ଦିର ପ୍ରଶାସନ ଯେଉଁ ନିଷ୍ପତ୍ତି ନେବ ଏବଂ ଯାହା ନିଷ୍ପତ୍ତି ନେବ ରାଜ୍ୟ ସରକାର ପୂର୍ଣ୍ଣ ରୂପେ ସମର୍ଥନ କରିବେ ।

You might also like