ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ ୩ ଦିନରେ ଆସିବ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ରାଜ୍ୟରେ ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ ୩ ଦିନରେ ଆସିବ । ୫ ଦିନରେ କ୍ଷତି ପୂରଣ ରାଶି ମିଳିବ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅଦିନିଆ ବର୍ଷା ଯୋଗୁ ଚାଷୀ କ୍ଷତି ସହିଛନ୍ତି। ଏହାର ଆକଳନ ଚାଲିଛି ।
ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି। ଯେଉଁ ଜିଲ୍ଲାରେ ଅଧିକ ଚାଷ କ୍ଷୟକ୍ଷତି ହୋଇଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ବିଭାଗର ଅଧିକାରୀ ମାନେ କାମରେ ଲାଗିଛନ୍ତି। ୩ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଆସିବ।
ଯେଉଁ ଚାଷୀଙ୍କର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ରିପୋର୍ଟ ଆସିବା ପରେ ସହାୟତା ରାଶି ପ୍ରଦାନ କରାଯିବ । ଯେଉଁମାନଙ୍କର ଚାଷୀଙ୍କର ଅଳ୍ପ ନଷ୍ଟ ହୋଇଛି ଜିଲ୍ଲା ପ୍ରଶାସନ ତାଙ୍କ ପ୍ରତି କୋହଳ ମନୋଭାବ ରଖି ତାହା କିଭଳି ବିକ୍ରି ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାର କହିଛନ୍ତି।