ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ, ଆବଶ୍ୟକ ପଡିଲେ ସଂଶୋଧନ ହେବ ରେରା ଆଇନ : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ । ଡିସେମ୍ବର ୩୧ ବୈଠକରେ ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆବଶ୍ୟକ ପଡିଲେ ହେବ ରେରା ଆଇନର ସଂଶୋଧନ ହେବ ଆଉ ରହିବନି ସମସ୍ୟା ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ଯ କହିଛନ୍ତି ଯେ ରେରା ଆଇନରେ ସଂଶୋଧନ ପାଇଁ କମିଟିକୁ କୁହାଯାଇଛି । ଆଇନରେ, ଶବ୍ଦ ସଂଯୋଜନାରେ ଅସୁବିଧା ରହିଛି । ବେଆଇନ ଭାବେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହୋଇଛି, ୩୧ ଜଣ ଜିଲ୍ଲା ରେଜିଷ୍ଟର, ସବ ରେଜିଷ୍ଟରଙ୍କୁ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରାଯାଇଛି । ସେମାନଙ୍କର କେତେ ଭଲ ଉଦ୍ଦେଶ୍ୟ ଥିଲା କେତେ ମନ୍ଦ ଥିଲା ତାର ମଧ୍ୟ ଖୋଳତାଡ଼ ହେବ ।