ବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ, ରାଜଭବନରେ ରାତ୍ରିଯାପନ କରିବେନି ରାଷ୍ଟ୍ରପତି

ଭୁବନେଶ୍ବର(କେନ୍ୟୁଜ୍): ରାଜଭବନରେ ରାତ୍ରିଯାପନ କରିବେନି ରାଷ୍ଟ୍ରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ସୂଚୀରେ ପରିବର୍ତ୍ତନ। ଆସନ୍ତାକାଲି ସଂଧ୍ୟା ସାଢେ ୭ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱରରେ ରାଜଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ରାଷ୍ଟ୍ରପତି କୋବିନ୍ଦ ଦିନ ସାଢେ ୨ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ।

ramnath visitସେଠାରେ ରାତ୍ରିଯାପନ କରି ୨୮ ତାରିଖରେ ଗୋଳାବନ୍ଧ ଠାରେ ଥିବା ଆର୍ମି ଏୟାର ଡିଫେନ୍‌ସ କଲେଜର କାର୍ଯ୍ୟକ୍ରମରେ ଯୋଗ ଦେବେ। ଆର୍ମି କଲେଜର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇ ଆର୍ମୀ ଏୟାର ଡିଫେନ୍‌ସ କର୍ପକୁ ପ୍ରେସିଡେନ୍‌ସି କଲର୍ସ ପ୍ରଦାନ କରିବେ। ଏନେଇ ପ୍ରସ୍ତୁତି ଶେଷ ହୋଇଛି।