ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଣାଯାଇଥିଲା

କଟକ : ଚାକିରି ଲୋଭରେ ଆସିଥିଲେ ନାବାଳିକା । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଫିଟୁଛି ଗୁମର । ସିଡବ୍ଲୁସି ନିକଟରେ ଚାଞ୍ଚଲ୍ୟକର ବୟାନ । ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାକୁ କଟକ ଅଣାଯାଇଥିଲା । ପରେ ତାଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରାଯାଇଥିଲା ।

କୌଣସ ମତେ ସେ ଖସି ଆସି ମଧୂପାଟଣା ଅଞ୍ଚଳରେ ବୁଲୁଥିବା ବେଳେ ପୋଲିସ ତାକୁ ଉଦ୍ଧାର କରି ପ୍ରଥମେ ଚାଇଲଡ୍ କେୟାର ହୋମ ପରେ ସିଡବ୍ଲୁ ସି ଜିମାରେ ଦେଇଥିଲା । ପଚରାଉଚରା ବେଳେ ନାବାଳିକା ଜଣଙ୍କ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ।

ଘଟଣାକୁ ନେଇ ମଧୁପାଟଣା ଥାନାରେ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଗତ ୯ ତାରିଖରେ କଟକ ମଧୁପାଟଣାରେ ନାବାଳିକା ଜଣଙ୍କ ଉଦ୍ଧାର ହୋଇଥିଲେ । ଜୋନ-୬ ଏସିପିଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତକୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି  । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା କହିଛନ୍ତି ଡିସିପି ।

କଟକରେ ବାଂଲା ଯୁବତୀଙ୍କ ଉଦ୍ଧାର ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଭୁବନେଶ୍ବରରେ ତୀକ୍ଷ୍ଣ ନଜର ରଖିଛି କମିଶନରେଟ୍ ପୋଲିସ। ପୋଲିସ ଇଣ୍ଟେଲିଜେନ୍ସି ମଧ୍ୟ କଡ଼ା ନଜର ରଖିଛି। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।

You might also like