ଚାଷଜମିରୁ ଉଦ୍ଧାର ହେଲା ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ, ମୁତ୍ୟୁର କାରଣ ଅସ୍ପଷ୍ଟ
ଭଞ୍ଜନଗର (କେନ୍ୟୁଜ): ଚାଷଜମିରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ମୃତ ବ୍ୟକ୍ତି ଜଣକନିକଟସ୍ଥ ଯୋଗୀମାରି ଗ୍ରାମର ଉଦୟ ନାୟକ ।
ସୂଚନା ଅନୁସାରେ ସଂପର୍କୀୟଙ୍କ ଘରକୁ ଯାଇ ନିଜ ଗ୍ରାମ ଯୋଗୀମାରୀକୁ ଫେରୁଥିଲେ । ସୋମବାର ସକାଳୁ ତାଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଜାଣିବା ପରେ , ଭଞ୍ଜନଗର ପୋଲିସ କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ମୃତକଙ୍କ ଦେହର ଅଧିକାଂଶ ସ୍ଥାନରେ କ୍ଷତଚିହ୍ନ ରହିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।