ଆଠଗଡ଼ : ବିଲ ଗହୀରରୁ ଏକ ୭ ମାସର ଉଦ୍ଧାର ହୋଇଥିବା ହାତୀ ଛୁଆ ମୃତ

କଟକ (କେନ୍ୟୁଜ୍) : ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ। ଗତ ୧୬ ତାରିଖରେ କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀରେଞ୍ଜ ଖମାର ନୂଆଗାଁ ବିଲ ଗହୀରରୁ ଏକ ୭ ମାସର ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ଏହାପରେ ଖୁଣ୍ଟୁଣି ବନବିଭାଗ ଅଫିସରେ ତାର ଚିକିତ୍ସା ଚାଲିଥିଲା। ତେବେ ଦିନକୁ ଦିନ ତାର ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ତାର ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।