ଆଖି ବୁଜିଲେ ଯାଜପୁର ରୋଡ୍ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀ

ଯାଜପୁର ରୋଡ୍: ଆଖି ବୁଜିଲେ ଯାଜପୁର ରୋଡ୍ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଯୁବତୀ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେପଟେ ଯୁବତୀଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ଯାଜପୁର ରୋଡ୍ ଥାନା ପୋଲିସ। ଯୁବତୀଙ୍କ ମାଆ ଅଭିଯୋଗ କରିଛନ୍ତି, ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ରେଳଲାଇନ୍ କଡରୁ କିଛି ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.