ଜାତି ଗଲା, ପେଟ ପୂରିଲା ନାହିଁ ? ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଆର୍‌ଆଇ

ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ଅଧୀନସ୍ଥ ଅନନ୍ତପୁର ରାଜସ୍ୱ ଅଞ୍ଚଳର ଆର୍‌ଆଇ ରାକେଶ କୁମାର ପ୍ରଧାନ ଧରାପଡ଼ିଛନ୍ତି । ମାତ୍ର ୫୦୦ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଲିଗାଲ ହେୟାର ସାର୍ଟିଫିକେଟ୍‌ କରାଇ ଦେବା ବାବଦରେ ହେମନ୍ତ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆରଆଇ ରାକେଶ ପ୍ରଧାନ ଏହି ଲାଞ୍ଚ ନେଉଥିଲେ । ସୋର ତହସିଲ କାର୍ଯ୍ୟାଳୟ ପରିସରରେ ଏହି ଲାଞ୍ଚ କାରବାର ଚାଲିଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଲେ । ପରେ ରାକେଶଙ୍କ ସହଦେବଖୁଣ୍ଟା ସ୍ଥିତ ଘରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ । ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ହେଉଛି ।