IPS ସ୍ତରରେ ଖୁବଶୀଘ୍ର ଅଦଳବଦଳ ! ଆଜି ଅବସର ନେବେ ଜେଲ ଡିଜି ଅରୁଣ କୁମାର ରାୟ

ରାଜ୍ୟରେ ବରିଷ୍ଠ ଆଇପିଏସ୍ ସ୍ତରରେ ଖୁବଶୀଘ୍ର ହୋଇପାରେ ଅଦଳବଦଳ। ଆଜି ଅବସର ନେବେ ଜେଲ ଡିଜି ଅରୁଣ କୁମାର ରାୟ। ୧୯୮୮ ବ୍ୟାଚର ଆଇପିଏସ୍ ଅରୁଣ କୁମାର ରାୟ । ସେହିପରି ଜୁନ୍ ମାସରେ ଅବସର ନେବେ ୧୯୮୯ ବ୍ୟାଚର ଆଇପିଏସ୍ ଅଧିକାରୀ ଏସ.ଏମ୍.ନର୍ଭାଣେ । ନିକଟରେ ଡିଜି ରାଙ୍କର ଅଫିସର ସୁଶାନ୍ତ ନାଥ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଓଡିଶା ସରକାରରେ ଯୋଗ ଦେଇଛନ୍ତି । କିନ୍ତୁ ଏବେସୁଦ୍ଧା ତାଙ୍କୁ ନୂଆ ପଦବୀ ମିଳିନାହିଁ । ଏଭଳିସ୍ଥିତିରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଅରୁଣ କୁମାର ରାୟଙ୍କ ସ୍ଥାନ ନେବେ କି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥ । ନା ଡିଜି ରାଙ୍କରେ ଥିବା ଅଫିସରଙ୍କ ମଧ୍ୟରେ ହୋଇପାରେ ଅଦଳବଦଳ ।
ପୋଲିସ ଡିଜି ରାଙ୍କରେ ଏବେ ଅଛନ୍ତି ଆଇପିଏସ୍ ଅଧିକାରୀ ସୁଧାଂଶୁ ଷଡଙ୍ଗୀ, ସୁଶାନ୍ତ ନାଥ, ବିନୟତୋଷ ମିଶ୍ର, ଆରପି କୋଚେ। ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡଙ୍ଗୀ । ସେ ଏବେ ଅଗ୍ନିଶମ, ହୋମଗାର୍ଡ ଡିଜି ଅଛନ୍ତି । ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ମଧ୍ୟ ସେ ଅଛନ୍ତି । ୧୯୯୩ ବ୍ୟାଚର ଆଇପିଏସ୍ ଅଫିସର ସୁଶାନ୍ତ ନାଥ । ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ୧୯୯୩ ବ୍ୟାଚର ଆଇପିଏସ୍ ଅଫିସର ହେଲେ ବିନୟତୋଷ ମିଶ୍ର । ଏବେ ସେ ସିଆଇଡି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଛନ୍ତି । ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ଆରପି. କୋଚେ । ଏବେ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଖୁବଶୀଘ୍ର ଡିଜି ରାଙ୍କରେ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଆହୁରି ପଢ଼ନ୍ତୁ : ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଗିରଫ, ଟଙ୍କା ସହ ଧରାପଡ଼ିବା ପରେ ୫ଟି ସ୍ଥାନରେ ରେଡ୍ ହୋଇଥିଲା