ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ, କାର୍ଯ୍ୟାନୁଷ୍ଠାନ ନନେବାକୁ OPSCକୁ HCଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି। ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ଉଚ୍ଚ ନ୍ୟାୟାଳୟ। ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କିଛି କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମୋଟି ଡିଏସପିଙ୍କୁ ଏଏସପି ପଦୋନ୍ନତି ବିଜ୍ଞପ୍ତି ନେଇ ହାଇକୋର୍ଟରେ ମାମଲା ହୋଇଥିଲା।

ଡ଼ିଏସପିରୁ ଅତିରିକ୍ତ ଏସପି ପଦବୀ ପାଇଁ ସର୍ବନିମ୍ନ ୩ ବର୍ଷ କାମ କରୁଥିବା ନିୟମ ଥିଲା। ଏହାକୁ ୩ ବର୍ଷରୁ ୬ ମାସକୁ କମାଇବା ପାଇଁ ସରକାରଙ୍କୁ ଚିଠି କରିଥିଲେ ଓପିଏସସି। ଓପିଏସସି ଦ୍ଵାରା ସିଧାସଳଖ ନିଯୁକ୍ତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଶୁକ୍ରବାର ମାମଲାର ଶୁଣାଣି କରି ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇଛନ୍ତି କଟକ ଉଚ୍ଚ ନ୍ୟାୟାଳୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.