ରାଜ୍ୟବାସୀଙ୍କୁ ତାତିରୁ ମିଳିବ ତ୍ରାହି, ଟ୍ଵିନ ସିଟିରେ ବର୍ଷା ଜାରି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟବାସୀଙ୍କୁ ତାତିରୁ ମିଳିବ ତ୍ରାହି। ଗତ କିଛିଦିନ ଧରି ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଥିଲା । ତେବେ ଅଧିକ ସମୟ ଧରି ତାତିରେ କଲବଲ ହୋଇ ଆସୁଥିବା ରାଜ୍ୟବାସୀ ଏଥିରୁ ଏବେ ନିସ୍ତାର ପାଇବେ । ଆଜି ଟ୍ଵିନ ସିଟିରେ ପ୍ରବଳ ଓ ପବନ ବର୍ଷା ଆସିବା ପରେ ପାଣିପାଗର ପରିବର୍ତ୍ତନ ପରିବର୍ତ୍ତନ ଆସିଛି । ଫଳରେ ଆସନ୍ତା ତିନି ଦିନ ମଧ୍ୟରେ ୨-୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ଅନୁମାନ କରାଯାଉଛି ।

୫ ରାଜ୍ୟରେ କାଳବୈଶାଖୀ ସ୍ଥିତି ଜାରୀ ରହିଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀର, ପାଟଣାଗଡ, କଳାହାଣ୍ଡିରେ ଅଧିକ ବର୍ଷା ରେକର୍ଡ ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ସେପଟେ ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତପ୍ତ ସହର ପାଲଟିଛି । ୧୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ତାପମାତ୍ରା ୪୩.୫ ଡିଗ୍ରୀ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ସୋନପୁରରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦିନର ତାପମାତ୍ରା ବଢିଥୁବା ବେଲେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖରାରୁ ଆଶ୍ୱସ୍ତି ମିଳୁନଥିବା ବେଳେ ବର୍ତ୍ତମାନ ସମସ୍ତେ ଟିକେ ଆଶ୍ୱସ୍ତି ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.