ଉଦଳା: ଉପର ମୁଣ୍ଡରେ ଲଗାଣ ବର୍ଷା । ଲଗାଣ ବର୍ଷା ଜାରି ରହିଥିବା କାରଣରୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଉଦଳା କଇଁସାରୀ ଜାମୁଘାଟ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଏହି ଅସ୍ଥାୟୀ ପୋଲ ଦେଇ ଦୈନିକ ହଜାର ଲୋକ ଯାତାୟାତ କରିଥାନ୍ତି । ଏହି ପରିକି ଏହା ଉଦଳା -ବାଲେଶ୍ୱର ର ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଜୀବନକୁ ବାଜି ଲଗାଇ ଲୋକ ମାନେ ଯାତାୟାତ କରୁଛନ୍ତି ।
ତେବେ ଏହି ଅସ୍ଥାୟୀ ପୋଲ ଉପରେ ଲୋକ ମାନେ ଯାତାୟାତ କରୁଥିବା ବେଳେ ପ୍ରଶାସନର ନିଘା ନାହିଁ। ତେବେ ଉପର ମୁଣ୍ଡା ରେ ବର୍ଷା ଲାଗି ରହିଥିବା ଫଳରେ ଏହି ପୋଲ ଉପରେ ଅଧିକ ପାଣି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।