ଗରମ ଦାଉରୁ ସୁରକ୍ଷିତ ରହୁଛନ୍ତି ପଶୁପକ୍ଷୀ, କୁଲର ଓ ଏସିରେ ରହୁଛନ୍ତି ଭାଲୁ ଓ ବାଘ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସମ୍ବଲପୁର ଚିଡ଼ିଆଖାନାରେ ପଶୁପକ୍ଷୀଙ୍କ ପାଇଁ ଆରମ୍ଭ ହେଲା ବିଭିନ୍ନ ପ୍ରକାର ବ୍ୟବସ୍ଥା । ଥଣ୍ଡା ପାଣି ସିଞ୍ଚନ ସହ, ନିର୍ମାଣ ହୋଇଛି ଶେଡ଼ l ଦେହକୁ ଥଣ୍ଡା କରିବା ପାଇଁ ଲାଗିଛି କୁଲର ଓ ଏସି । ବରଫ ପାଣିରେ ଭରପୁର ମଜା ନେଉଛନ୍ତି ଜୀବଜନ୍ତୁ ।
କୁଲର ଓ ଏସିରେ ରହୁଛନ୍ତି ଭାଲୁ ଓ ବାଘ । ନଡ଼ା ଛପରରେ ରହୁଛନ୍ତି ତୃଣଭୋଜି । ସମ୍ବଲପୁର ଚିଡ଼ିଆଖାନାରେ ଥିବା ପଶୁପକ୍ଷୀଙ୍କୁ ଗରମରୁ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଦିନକୁ ତିନି ଥର ଥଣ୍ଡା ପାଣି ସିଞ୍ଚନ କରୁଛନ୍ତି ବନ କର୍ମଚାରୀ l ୨୬ଟି ଖୁଆଡ଼ରେ ୩୦୦ରୁ ଅଧିକ ପଶୁପକ୍ଷୀ ଅଛନ୍ତି । ମାର୍ଚ୍ଚ ଆରମ୍ଭରୁ ସହରର ତାପମାତ୍ରା ବଢ଼ି ଚାଲିଛି । ତେଣୁ ପ୍ରତିଦିନ ସକାଳ ୧୦ଟା ରୁ ପାଣି ସିଞ୍ଚନ କରାଯାଉଛି । ମାଂସାସି ପ୍ରାଣୀଙ୍କ ପାଇଁ ଅନବରତ ଚାଲୁଛି କୁଲର୍ । ଛୋଟ ଛୋଟ ଜଳାଶୟ କରାଯାଉଛି ବାଉଁଶ ଓ ପତ୍ର ଦେଇ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ଖାଇବା ପିଇବା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ବରଫ ଖଣ୍ଡରେ ଖେଳୁଥିବା ଭାଲୁ ପର୍ଯ୍ୟଟକଙ୍କ ମନ ମୋହୁଛି ।
ସେପଟେ ଏଭଳି ବ୍ୟବସ୍ଥାକୁ ମନ ଭରି ଉପୋଭୋଗ କରୁଛନ୍ତି ପର୍ଯ୍ୟଟକ । ଅନ୍ୟ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି l ସେପଟେ କେବଳ କୁଳରକି ଏ.ସି ଲାଗିନି ଏହାସହ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଗ୍ରୀଷ୍ମ କାଳୀନ ଖାଦ୍ୟ ମଧ୍ୟ ଜୀବ ଜନ୍ତୁ ମାନଙ୍କୁ ଦିଆ ଯାଉଛି l ଯେଉଁଭଳି ଭାବେ ପଶୁ ପକ୍ଷୀ ଗ୍ରୀଷ୍ମ ସହ ଲଢି ପାରିବେ ସେହିପରି ଥଣ୍ଡା ଜାତୀୟ ତରଭୁଜ , କାକୁଡି , ଦହି ଚଣା, ବରଫ ଜାତୀୟ ଖାଦ୍ୟ ସହ ଶରୀରକୁ ଥଣ୍ଡା ରଖିବା ପାଇଁ ବରଫ ମଧ୍ୟ ଦିଆଯାଉଛି l
ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଗ୍ରୀଷ୍ମ କାଳୀନ ଖାଦ୍ୟ ଖାଉଛନ୍ତି ସମ୍ବଲପୁର ଚିଡ଼ିଆଖାନାରେ ଥିବା ପଶୁପକ୍ଷୀ । ଏଥି ସହ କୁଲର ଓ ଏସିରେ ମଧ୍ୟ ରହୁଛନ୍ତି । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷପ ।