ସମ୍ବଲପୁର: ଜିରୋ ନାଇଟ ସେଲିବ୍ରେସନରେ ଲାଗିଲା କଟକଣା। ସମ୍ବଲପୁରରେ କୌଣସି ସ୍ଥାନରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ। ରାତିରେ ବାହାରେ ବୁଲିବା ଉପରେ ମଧ୍ୟ କଟକଣା ଲଗାଇଛି ସମ୍ବଲପୁର ପୋଲିସ। ନମାନିଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଡିସେମ୍ବର ୩୧ରେ ସହରର ବିଭିନ୍ନ ଛକ ମାନଙ୍କରେ ପୋଲିସ ମୁତୟନ ରହିବେ। ଏହାସହ ପାଟ୍ରୋଲିଂ ମଧ୍ୟ କଡାକଡି ହେବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।