ଆଜି ବାହାରିବ ମାଟ୍ରିକ ପରୀକ୍ଷା ଫଳ : ଏସଏମଏସ୍ ଜରିଆରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ
ଆଜି ବାହାରିବ ମାଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବ ଅଶ୍ୱସ୍ଥି ଏସ୍ଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚିତ ହେବ ।
ଭୁବନେଶ୍ୱର (କେନ୍ୟୁଜ): ଆଜି ବାହାରିବ ମାଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବ ଅଶ୍ୱସ୍ଥି ଏସ୍ଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚିତ ହେବ । ଏହାପରେ ଦିନ ୧୨ଟାରୁ େଓ୍ଵବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଲଗ୍ଇନ୍ କରି ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଇଣ୍ଟରନେଟ୍ ସୁବିଧା ନଥିଲେ ଏସଏମଏସ୍ ଜରିଆରେ ବି ରେଜଲ୍ଟ ଜାଣିପାରିବେ ।
ପରୀକ୍ଷାର୍ଥୀ ମୋବାଇଲରେ OR10<ROLL NO> ଟାଇପ୍ କରି ୫୬୭୬୭୫୦କୁ ପଠାଇ ପରୀକ୍ଷାଫଳ ଜାଣିପାରିବେ । ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଉତ୍କଣ୍ଠିତ ଅଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ପରୀକ୍ଷା ଦେଇଥିଲେ ୫ଲକ୍ଷ ୩୨ହଜାର ଛାତ୍ରଛାତ୍ରୀ । ମାର୍ଚ୍ଚ ୧୦ରୁ ୨୦ ତାରିଖ ଯାଏ ମାଟ୍ରିକ ପରୀକ୍ଷା ହୋଇଥିଲା । ଏହାପରେ ଏପ୍ରିଲ୍ ୩ ତାରିଖଠାରୁ ଆରମ୍ଭ ହୋଇଥିଲା ଖାତା ମୂଲ୍ୟାୟନ ।