ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ଅନୁଗୁଳ: ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ବନ୍ଦ ଘରୁ ମିଳିଲା ମୃତଶରୀର । ମୃତକ ହେଲେ ଅଭୟ ନାଏକ । ୪ ରୁ ୫ ଦିନ ହେବ ତାଙ୍କ ମୃତ୍ୟୁ ହେଇଥିବା ଜଣାପଡିଛି । ଘଟଣାକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ଅଭୟଙ୍କ ପରିବାର ଲୋକେ ।
ସୂଚନା ଅନୁସାରେ ମୃତକଙ୍କ ଘର ମାଣପୂର ଅଞ୍ଚଳରେ ହୋଇଥିବା ବେଳେ ସେ ପୋକତୁଙ୍ଗାରେ ନୂଆ ଘର କରି ରହୁଥିଲେ । ପରିବାର ଅନ୍ୟ ସଦସ୍ୟ ମାନେ ଅନୁଗୋଳ ରେ ରହୁଥିବା ବେଳେ ସେ ଏକାକୀ ଏହି ନୂତନ ଘରେ ରହୁଥିଲେ । କିନ୍ତୁ କିଛି ଦିନ ତଳେ ତାଙ୍କ ଘରୁ ଦୁର୍ଗନ୍ଧ ହେବାରୁ ସ୍ତାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ୪ ରୁ ୫ ଦିନ ହେବ ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହେଇଥିବା ସନ୍ଦେହ କରାଯାଉଛି ।
ଆହୁରି ପଢ଼ନ୍ତୁ : ଘର ଜାଳିଦେଲା ଘରୋଇ କଳି: ସ୍ତ୍ରୀ ରହୁଥିବା ଘର ଉପରକୁ ବୋମାମାଡ଼ କଲା ସ୍ୱାମୀ