ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ସୁଇସାଇଡ ନୋଟରେ ଲେଖିଥିଲେ- ମୋ’ ମୃତ୍ୟୁ ପାଇଁ ୪ ଜଣ ଦାୟୀ

ସମ୍ବଲପୁର (କେନ୍ୟୁଜ): ଜିଆରପି ଥାନା ଅନ୍ତର୍ଗତ ତକବା ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଲାଇନ ନିକଟରୁ ଆଜି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ମୃତକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ ଗ୍ରାମର କ୍ଷୀରୋଦ ନାଥ । ରେଳ ଲାଇନ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ ।ଏହି ସୁସାଇଡ ନୋଟ ରେ ୪ ଜାଣଙ୍କ ନାମ ରହିଛି । ଏହି ଚାରିଜଣ ବ୍ୟକ୍ତି ସବୁବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

କ୍ଷୀରୋଦ ନାଥ ଗତ ଜୁନ୍‌ ମାସରେ ନିଜ ଚାକିରିରୁ ଅବସର ନେଇଥିଲେ। ଆଜି ସକାଳେ ଏକ ସାଇକେଲ ଯୋଗେ ସିଟି ଷ୍ଟେସନ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ସାଇକେଲ ଥୋଇଥିବା ବେଳେ ଅପରପାର୍ଶ୍ୱକୁ ଯାଇ ଚପଲ ଓ ଏକ ସୁଇସାଇଡ ନୋଟ ରଖିଥିଲେ। ଏହାପରେ ସେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ।

ସେପଟେ ପରିବାର ବର୍ଗ ଏହା ଏକ ଯୋଜନା ବଦ୍ଧ ହତ୍ୟା କହିଛନ୍ତି। ଏପରି ମାନସିକ ନିର୍ଯାତନା ଦିଆଗଲା ଯେ କ୍ଷୀରୋଦ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲେ ବୋଲି ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.