ଠକାମିର ଶିକାର ହେଲେ ଅବସରପ୍ରାପ୍ତ ଶିକ୍ଷକ, ଚାକିରି ନାଁରେ ଚେକ୍‌ରେ ୪୧ ହଜାର ଠକି ଯୁବକ ଗିରଫ

ଯାଜପୁର (କେନ୍ୟୁଜ) : ଚାକିରି ନାଁରେ ଠକେଇ । ଚେକ୍‌ରେ ୪୧ହଜାର ଠକି ଯୁବକ ଗିରଫ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ ଠକାମିର ଶିକାର ହୋଇଛନ୍ତି । ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ ପରେ ପୋଲିସ ପାରାଦୀପ ଅଞ୍ଚଳର ଶୁଶାନ୍ତ ବଳ ନାମକ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଶ୍ୟାମସୁନ୍ଦରଙ୍କୁ କୃଷି ବିଭାଗରେ ନିଯୁକ୍ତି ଦେବାକୁ କହି ଚେକ୍‌ରେ ଏକ ହଜାର ଟଙ୍କା ନେଇଥିଲେ ।

ଚାକିରି କରିବାକୁ ହେଲେ ଏକ ହଜାର ଟଙ୍କାର ଚେକ୍‌ ଦେବାକୁ ପଡ଼ିବ ବୋଲି କହିଥିଲେ । ଶ୍ୟାମସୁନ୍ଦର ଏକ ହଜାର ଟଙ୍କାର ଚେକ୍‌ ଦେବା ପରେ ଯୁବକ ଜଣକ ସେଥିରେ ଫର୍ଟି ବୋଲି ଲେଖି ଏକଚାଳିଶି ହଜାର ଟଙ୍କା ଲୁଟି ନେଇଥିଲେ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.