ରୋଷେଇ ନିଆଁର ଧୂଆଁ ହେଲା କାଳ: ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ମୃତ

ଅନୁଗୁଳ: ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ମୃତ । ୨୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି  । ଅନୁଗୁଳ ଜିଲ୍ଲା ଛେଣ୍ତିପଦା କମ୍ପସଲା ପଞ୍ଚାୟତ ହରିହରପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ କଣିହାଁ ଥାନା ହରିହରପୁର ଗାଁର ବିପିନ୍ ପ୍ରଧାନ  ।

ସୂଚନା ଅନୁସାରେ ରୋଷେଇ ନିଆଁର ଧୂଆଁ ବାହାରି ଏକ ମହୁ ଫେଣାରେ ବାଜିବା ପରେ ମହୁମାଛି ଆକ୍ରମଣ କରିଥିଲେ । ପାଖାପାଖି ୨ ଶହ ମିଟର ଉପରକୁ ଧୂଆଁ ଉଠି ମହୁ ଫେଣାରେ ବାଜିଥିଲା । ମହୁମାଛି ଗୋଡେଇ ଗୋଡେଇ ଲୋକଙ୍କୁ ଆକ୍ରମଣ କରିଥିଲେ । ପାଖାପାଖି ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ଏଥିରେ ଜଣେ ପ୍ରାଣୀ ଚିକିତ୍ସକ ଗୁରୁତର ହୋଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।.

 

ଆହୁରି ପଢ଼ନ୍ତୁ :  ଆଉ ଦୁଇ ଦିନ କାଳବୈଶାଖୀ, ପୁଣି ୮ରୁ କଲବଲ କରିବ ମୁଣ୍ଡଫଟା ଖରା