ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା !

ବ୍ରହ୍ମପୁର : ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଜରଡ଼ା ଥାନା ହରିଜନ ସାହିରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ ଆସିଛି। ଗତକାଲି ବିଳମ୍ବିତ ରାତିରେ ରଜତ ନାୟକ ନାମକ ଜଣେ ଯୁବକଙ୍କୁ ସେହି ସାହିର ସୁରତ ଲିମେଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା।

ହତ୍ୟା କରିବା ପରେ ସୁରତ ଜରଡା ଥାନାରେ ଆତ୍ମସମର୍ପଣ କରିଛି। ରଜତ ଓ ସୁରତଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତୃତା ଲାଗି ରହିଥିଲା। ୬ମାସ ତଳେ ରଜତ ଓ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସୁରତ ଗିରଫ ହୋଇ ଜେଲ୍‌ ଯାଇଥିଲା। ଗତ ତିନି ମାସ ତଳେ ସେ ଜେଲ୍‌ରୁ ଫେରିଥିଲା। ଜରଡା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.