ଦଲାଲଙ୍କୁ ସୁରେଶ ପୂଜାରୀଙ୍କ ବଡ଼ ଚେତାବନୀ । ରାଜ୍ୟରେ ହେବ ରେରା ଆଇନର ପରିବର୍ତ୍ତନ । ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ଯକତା ନାହିଁ । ପାର୍ଟ ବା ଜମିର କିଛି ଅଂଶ ମଧ୍ଯ ବିକ୍ରି କରିପାରିବେ। ସେନେଇ ରେରାର ଆବଶ୍ଯକତା ନହେବା ନେଇ ଆଲୋଚନା ହେବ । ଦଲାଲ ମାନଙ୍କୁ ସ୍ବଷ୍ଟ ଚେତାବନୀ ଦିଆଯାଇଛି। କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ ।
ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ଦ ଉଦ୍ଦେଶ୍ଯ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କାର୍ଯ୍ଯାନୁଷ୍ଠାନ ନେବା ନେଇ ପ୍ରତିଶୃତି ଦେଇଛନ୍ତି । ଦୁର୍ନୀତି କଲେ ନିଜେ ତଦନ୍ତ କରିବା ପାଇଁ ପ୍ରସ୍ତୁତ ଥିବା ସୁରେଶ ପୂଜାରୀ କହିଛନ୍ତି ।
ଆଜି ସମ୍ବଲପୁର ଡିଏସଆର କାର୍ଯ୍ଯାଳୟ ଅଚାନକ ଗସ୍ତ ସମୟରେ ଏହି କଥା କହିଛନ୍ତି ମନ୍ତ୍ରୀ । ଏହା ସହ ଅଧିକାରୀ ମାନଙ୍କୁ ମଧ୍ଯ ତାଗିଦ୍ କରିବା ସହ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି । ଏହା ସହ କାର୍ଯ୍ଯାଳୟକୁ ରେଜିଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡ୍ ବ୍ଯାକ ନେବା ପାଇଁ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।