କେନ୍ଦ୍ରରୁ ରାଜ୍ୟକୁ ପାଇବାର ଅଛି ୬୪୦୦ କୋଟି, ଦିଲ୍ଲୀରେ ବିଭିନ୍ନ ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : କେନ୍ଦ୍ରରୁ ରାଜ୍ୟକୁ ୬୪୦୦ କୋଟି ଟଙ୍କା ପାଇବାର ଅଛି । ଦିଲ୍ଲୀରେ ବିଭିନ୍ନ ବିଭାଗର ସମୀକ୍ଷା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗୃହ ନିର୍ମାଣରେ ଏକ ହଜାର କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୭୫ କୋଟି, ଏନ୍‌ଆରଇଜିଏସ୍‌ରେ ୪ ଶହ କୋଟି, କୃଷି କ୍ଷେତ୍ରରେ ୬୫୦ କୋଟି ଟଙ୍କା ପାଇବାର ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପାନୀୟ ଜଳ ପାଇଁ ରାଜ୍ୟ ବଜେଟ୍‌ରୁ ୩ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ପାନୀୟ ଜଳ ପାଇଁ କେନ୍ଦ୍ର ସରକାର ୧୮୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ମାତ୍ର ୮୦ କୋଟି ମିଳିଛି । ଏହା ସହ ଗରିବୀ ଦୂରୀକରଣ ପାଇଁ ୨ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । ହେଲେ ଏଥିପାଇଁ ମାତ୍ର ୬ କୋଟି ଟଙ୍କା ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭବନରେ ହୋଇଥିବା ଏହି ସମୀକ୍ଷା ବୈଠକରେ ରଜେଶ ବର୍ମା, ତୁହିନକାନ୍ତ ପାଣ୍ଡେ, ସୁନୀଲ ଭାର୍ଗବ ଓ ସଞ୍ଜୀବ ମିଶ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.