ଭିଜିଲାନ୍ସ ଜାଲରେ ଆରଆଇ, ଜମି ପଟ୍ଟା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ

କନ୍ଧମାଳ : ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଆର ଆଇ ଦିଲ୍ଲୀପ ସାହୁ ୫ ହଜାରେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି । ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଟ୍ରାପ ପରେ ଆର ଆଇ ଦିଲ୍ଲୀପ ସାହୁଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଦୁଇଟି ସ୍ଥାନରେ ଜାରି ରହିଛି ଭିଜିଲାନ୍ସ ଚଢ଼ାଉ।
ସୂଚନା ଅନୁସାରେ ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହନାଥ ପ୍ରଧାନ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ । ୧୯ ହଜାର ୨ ଶହ ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ନୟାଗଡ଼ ଭିଜିଲାନ୍ସ । ଖଙ୍ଗୁରିଆ ପଞ୍ଚାୟତ ଗବଡି ଗାଁର ଏକ ସାସଂଦ ପାଣ୍ଠି କୋଠଘର କାମ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ଜେଇ । ଖବର ପାଇ ନୟାଗଡ଼ ଭିଜିଲାନ୍ସ ଟିମ୍ ପହଞ୍ଚି ଜେଇଙ୍କୁ ଗିରଫ କରିଛି । ଗିରଫ ପରେ କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଚଢଉ କରି ପ୍ରାୟ ୨ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ଭିଜିଲାନ୍ସ ।