ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ ମୋନଜ ମହାନନ୍ଦ ଗିରଫ । ଜଣେ ବ୍ୟକ୍ତିଙ୍କ ଏକ ତଦନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ହୋଇଥିଲା ସମ୍ବଲପୁର ଭିଜିଲାନ୍ସରେ ।

ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି  ଜଣକ ମ୍ୟୁଟେସନ କେଶରେ ଜମି ପଟ୍ଟା 10 ହଜ଼ାର ଟଙ୍କା ଆରଆଇଙ୍କୁ ଦେଇଥିଲେ  l ତୁରନ୍ତ ଭିଜିଲାନ୍ସ ଆରାଆଇ କାର୍ଯ୍ୟାଳୟକୁ ଆସି ୧୦ ହଜାର ଟଙ୍କା ଜବତ କରିବା ସହ ମୋନଜକୁ ଭିଜିଲାନ୍ସ ଗିରଫ କରିଥିଲା  l ଏହା ପରେ ମୋନଜ ର ଆୟ ବହିର୍ଭୁତ ସମ୍ପତ୍ତିକୁ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ ।  ଦୁଇଟି ସ୍ଥାନରେ ଚଢ଼ାଉ ମଧ୍ୟ ଜାରି ରଖିଛି ସମ୍ବଲପୁର ଭିଜିଲାନ୍ସ ଟିମ । ଏହା ପୂର୍ବରୁ ମଧ୍ୟ ସମ୍ବଲପୁର ଜିଲ୍ଲା ଜମନକିରା ଠାରେ ମୋନଜ ଆର. ଆଇ ଥିବା ବେଳେ ମଧ୍ୟ ଲାଞ୍ଚ ନେଇ ଗିରଫ ହୋଇଥିଲେ ।

Leave A Reply

Your email address will not be published.