ଆର୍‌ଆଇଙ୍କ ଉପରେ ପଥର ମାଫିଆଙ୍କ ଆକ୍ରମଣ, ଲୁହାଛଡ଼ରେ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବାଲେଶ୍ୱର(କେନ୍ୟୁଜ୍): ପଥର ମାଫିଆଙ୍କ ଆକ୍ରମଣରେ ଆର୍‌ଆଇ ଆହତ । ଦୁଇ ତିନି ଦିନ ପୂର୍ବରୁ ବାଘମରା ନିକଟରେ ବେଆଇନ ବିସ୍ଫୋରଣ ଚାଲିଥିବା ଖବର ନୀଳଗିରି ତହସିଲଦାରଙ୍କୁ ମିଳିବା ପରେ ଗତକାଲି ସଜନାଗଡ ଆର୍‌ଆଇଙ୍କୁ ତଦନ୍ତ ପାଇଁ ପଠାଇଥିଲେ ।

ଆର୍‌ ଆଇ ଜଣକ ସଂରକ୍ଷିତ ଜଙ୍ଗଲ ନିକଟରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ବେଆଇନ ଭାବେ ବିସ୍ଫୋରଣ କରି ପଥର ଚୋରା ଚାଲାଣ କରୁଥିବା ମଫିଆ ମାନେ ଆର୍‌ଆଇ କେ. ସନ୍ତୋଷ କୁମାରଙ୍କୁ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ଲୁହାଛଡ଼ରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।

ଏଥିସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ଦୁବୃର୍ତ୍ତ ମାନେ ଆର୍‌ଆଇଙ୍କ ମୋବାଇଲ ଭାଙ୍ଗିବା ସହ ତାଙ୍କ ପର୍ସ ଓ ସେଥିରେ ଥିବା ୪୦୦୦ ଟଙ୍କା ମଧ୍ୟ ନେଇଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.