ଭୁବନେଶ୍ୱର : ଏଣିକି ଚାଉଳ ପାଇଁ ହଇରାଣ ହେବାକୁ ପଡିବନି, ATM ରେ କାର୍ଡ ଗଳାଇଲେ ବାହାରିବ ଚାଉଳ । ଟଙ୍କା, କ୍ଷୀର ପରେ ଏବେ ଚାଉଳ ATM । ଶୁଣିଲେ ଟିକେ ଆଚାର୍ଯ୍ୟ ଲାଗୁଥିଲେ ବି କଥାଟା ପୁରା ସତ । ରାଜଧାନୀ ମଞ୍ଚେଶ୍ୱର ଠାରେ ପ୍ରଥମକରି ଖୋଲିଛି ଚାଉଳ ATM । ବାଟମାରଣା ରୋକିବା ସହ କିପରି ଉପଭୋକ୍ତା ସଠିକ ଲାଭ ପାଇପାରିବେ ସେନେଇ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହାର ଶୁଭଆରମ୍ଭ କରିଛନ୍ତି ।
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ATM । ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ ଷ୍ଟାଣ୍ଡ ଏଲୋନ୍ ଚାଉଳ ATM । ସଫଳ ହେଲେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ଚାଉଳ ATM । ଆଉ ଡିଲରଙ୍କ ପାଖକୁ ଯିବେନି ହିତାଧିକାରୀ । ATMରେ କାର୍ଡ ଗଳାଇଲେ ପାଇଯିବେ ଚାଉଳ । ସମୁଦାୟ ୨୫କେଜି ଚାଉଳ ଏହି ATM ରୁ ବାହାରିବ ।
ତେବେ ସବୁ ରାଜ୍ୟର, ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ATM ରୁ ଚାଉଳ ନେଇପାରିବେ । ଡିଲର ପାଖରେ ଆଉ ଘଣ୍ଟା ଘଣ୍ଟା ଧରି ହିତାଧିକାରୀ ଆଣ୍ଠେଇବେ ନାହିଁ । ଚୋରି ଦଲାଲି ବନ୍ଦ କରିବା ଲକ୍ଷରେ ଏଭଳି ଏକ ନିଆର ପ୍ରାସ କରିଛନ୍ତି ସରକାର ।
ଏପଟେ ଏଭଳି ଏକ ପ୍ରୟାସକୁ ପ୍ରଶଂଶା କରୁଛନ୍ତି ଉପଭୋକ୍ତା । କମ୍ ସମୟ ଭିତରେ ଏହାକୁ ଉପଲବ୍ଧ କରି ଚାଉଳ ନେଇପାରିବେ । ଆଗରୁ ଗାଁ କୁ ଯିବାକୁ ପଡୁଥିଲା। ଗାଡି ଖର୍ଚ୍ଚ, ତାହା ସହିତ ସମୟ ନଷ୍ଟ ହେଉଥିଲା । ଖାସ୍ କାରି ଯେଉଁମାନେ ରାଜଧାନୀରେ ରହୁଛନ୍ତି । ଆଗକୁ ସରକାର ଜିଲ୍ଲା ଓ ବ୍ଲକ ସ୍ତରରେ ଏହାର ଯୋଗାଣ କରିବେ । ଯାହାକୁ ସ୍ୱାଗତ କରିଛନ୍ତି ଉପଭୋକ୍ତା । ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା କଥାକୁ ମନ୍ତ୍ରୀ ଖୋଦ୍ ମାନିଥିବାବେଳେ, ଏଥିରେ ରୋକ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଏହି ଚାଉଳ ATM କୁ ବି ଉପଭୋକ୍ତା ଖୁବ୍ ପସନ୍ଦ କରୁଛନ୍ତି ।