ମାଲକାନଗିରି: ଖୁସିରେ ନାଚି ନାଚି ଯାଉଥିବା ବରଯାତ୍ରୀଙ୍କ ଉପରକୁ ମାଡିଗଲା ଚାଉଳ ବୋଝେଇ ଟ୍ରକ, ୩ ମୃତ ୪ ଗୁରୁତର

ମାଲକାନଗିରି(କେନ୍ୟୁଜ୍):ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଗାଁ ନିକଟରେ ବାହାଘର ବରଯାତ୍ରୀ ପଟୁଆରରେ ଯିବା ବେଳେ  ଧକ୍କା ଦେଲା ଟ୍ରକ। ଘଟଣା ସ୍ଥଳରେ ୩ ମୃତ ୪ ଗୁରୁତର।ମୃତକ ମଧ୍ୟରେ ପାଣ୍ଡ୍ରିପାଣି ସରପଞ୍ଚଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁଘର୍ଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ନିର୍ଧୁମ ଛେଚିଛନ୍ତି ଗାଁ ଲୋକେ।

malkangiri

ଆଜି ପାଣ୍ଡ୍ରିପାଣି ସରପଞ୍ଚ ପୁଅ ବାହାଘର ରହିଥିଲା। ଧୁମଧାମରେ ନାଚଗୀତରେ ପଟୁଆର ଚାଲିଥାଏ। ସେପଟେ ମଦ୍ୟପ ଅବସ୍ଥାରେ ଥିବା ଟ୍ରକ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ନିଶାସକ୍ତ ଅବସ୍ଥାରେ ଖୁବ ଜୋରରେ ମାଡ଼ିଗଲା ବରଯାତ୍ରୀଙ୍କ ଉପରକୁ।  ତେବେ ଏହି ଘଟଣାରେ ସରପଞ୍ଚ ପୁଅ ବାହାଘରରେ ନାଚଗୀତରେ ସାମିଲ ଥିବାବେଳେ ମାଡି ଯାଇଥିଲା ସେହି ଟ୍ରକଟି। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଟ୍ରକ ଡ୍ରାଇଭରକୁ ଉତ୍ୟକ୍ତ ଲୋକେ ନିର୍ଧୁମ ଛେଚିଛନ୍ତି।ତେଣୁ ଡ୍ରାଇଭର ଅବସ୍ଥା ମଧ୍ୟ ଗୁରୁତର ଅଛି।ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

ଘଟଣା ପରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟେକ୍ତ ଲୋକେ।ଏବେବି ୩୨୬ ଜାତୀୟ ରାଜପଥ ଉତ୍ୟେକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ ହୋଇଛି।ଏହାର ପ୍ରଭାବରେ ମାଲକାନଗିରିରୁ ଜୟପୁରକୁ ଯାଉଥିବା ଶତାଧିକ ଗାଡି ଉଭୟ ପାର୍ଶ୍ଵରେ ଅଟକି ରହିଛି।

Leave A Reply

Your email address will not be published.