ଓଡିଶା ପାଇଁ ଗର୍ବ, କେବିସିର ହଟ୍‌ ସିଟ୍‌ରେ ବସିବେ ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀ

(କେନ୍ୟୁଜ): ବଲିଉଡ ତାରକା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ର ହଟ୍ ସିଟ୍ ରେ ଏଥର ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ। ସମ୍ବିତ ହେଉଛନ୍ତି ବଲାଙ୍ଗୀର ଚନ୍ଦନଭାଟି ନିବାସୀ ଯୋଗୀ ରଂଜନ ପାଣିଗ୍ରାହୀ ଓ ବିସ୍ମିତା ପାଣିଗ୍ରାହୀଙ୍କ ପୁଅ। ସେ ଏବେ ଦିଲ୍ଲୀର ଏକ ମଲ୍‌ଟିନ୍ୟାସନାଲ କମ୍ପାନିର ବିଜନେସ ଆଣ୍ଡ୍ ଅପରେସନରେ କାର୍ଯ୍ୟରତ।

ପରିବାର ସହ ସମ୍ବିତ ଦିଲ୍ଲୀରେ ରୁହନ୍ତି। ବାପା ଯୋଗୀ ରଞ୍ଜନ କଷ୍ଟମ ଆଣ୍ଡ ଜିଏସ୍‌ଟିର ପ୍ରିନସପାଲ କମିସନର ଭାବରେ ଦିଲ୍ଲୀରେ ଅବସ୍ଥାପିତ। ତେବେ ସମ୍ବିତ ପାଣିଗ୍ରାହୀଙ୍କ ସହ କେବିସିରେ ଚନ୍ଦନଭାଟି ଗାଁ ସହ ଓଡ଼ିଶା ସଂପର୍କରେ ବି କିଛି ଆଲୋଚନା ହୋଇଥିବା ସୂଚନା ମିଳିଛି।

You might also like