ଭାରସାମ୍ୟ ହରାଇ ପଥରରେ ପିଟିହେଲା ବାଇକ, ଆରୋହୀ ମୃତ

ରାଇକିଆ : ଭାରସାମ୍ୟ ହରାଇ ପଥରରେ ପିଟିହେଲା ବାଇକ । ଆରୋହୀଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପାବୁରିଆ ମୁସକିଲ୍ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ କରଡା ଗାଁର ପପୁନ ପରିଛା । ପପୁନ ବାଇକରେ ଜି ଉଦୟଗିରି ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ଉଦ୍ଧାର କରିଛି ସାରଙ୍ଗଡ ଥାନା ପୋଲିସ ।