ଅକ୍ଟୋବର ୨ରେ ଏଥର ଦେଖିବାକୁ ମିଳିବ କଙ୍କଣାକୃତି ସୂର୍ଯ୍ୟୋପରାଗ

ଚଳିତ ବର୍ଷର ଦ୍ବିତୀୟ ସୂର୍ଯ୍ୟୋପରାଗ ଆସନ୍ତା ୨ ତାରିଖରେ ପଡୁଛି ।  ଏଥର କଙ୍କଣାକୃତି ସୂର୍ଯ୍ୟୋପରାଦ ଦେଖିବାକୁ ମିଳିବ ।  ମହାଳୟା ଅମବାସ୍ୟା ଦିନ ଏହି ସୂର୍ଯ୍ୟୋପରାଗ ପଡୁଛି ।  ଭାରତ ସମୟ ରାତି ୯.୧୩ରୁ ସୂର୍ଯ୍ୟୋପରାଗ ଆରମ୍ଭ ହେବ  ଏବଂ  ଏହା ଭୋର ୩ ଟା ୧୭ରେ ସରିବ ।  ଅର୍ଥାତ ସୂର୍ଯ୍ୟୋପରାଗ ସମୟରେ ଭାରତରେ ରାତି ହୋଇଥିବ ।  ତେଣୁ ଭାରତରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ନାହିଁ । ଏହି ମହାଜାଗତିକ ଦୃଶ୍ୟ ପ୍ରଶାନ୍ତ ମହାସାଗରର କିଛି ଅଂଚଳ, ଦକ୍ଷିଣ ଚିଲି ଓ ଦକ୍ଷିଣ ଆର୍ଜେଣ୍ଟିନାରେ ଦୃଶ୍ୟମାନ ହେବ।

ସୂର୍ଯ୍ୟୋପରାଗରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ସରଳ ରେଖାରେ ରୁହନ୍ତି ।  ସୂର୍ଯ୍ୟ ଓ ପୃଥିବୀ ମଝି ଦେଇ ଚନ୍ଦ୍ର ଗତି କରିବା ସମୟରେ, ଚନ୍ଦ୍ରର ଛାଇ ଯୋଗୁଁ ସୂର୍ଯ୍ୟୋପରାଗ ହୁଏ ।  ଅକ୍ଟୋବର ୨ ମହାଜାଗତିକ ଘଟଣାରେ ଚନ୍ଦ୍ର, ସୂର୍ଯ୍ୟଙ୍କ ସାମ୍ନକୁ ଆସିବ ।  କିନ୍ତୁ ସୂର୍ଯ୍ୟଙ୍କ ଆଲୋକକୁ ସଂପୂର୍ଣ୍ଣ ଢାଙ୍କି ପାରିବ ନାହିଁ ।  ସୂର୍ଯ୍ୟଙ୍କ ମଝି କଳା ଦେଖାଯିବ ଏବଂ ଚାରିପାଖ ଏକ ଉଜ୍ଜ୍ୱଳ ମୁଦି ଭଳି ଦେବାଯିବ।  ଏହାକୁ ରିଂ ଅଫ ଫାୟାର କୁହାଯାଏ ।

ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ସୂତକ କାଳ ଲାଗୁ ହେବ ନାହିଁ ।  ସୂର୍ଯ୍ୟୋପରାଗ ଦେଖା ଦେଲେ ହିଁ ସୂତକ କାଳ ଲାଗୁ ହୁଏ ।  ଭାରତରେ ଦୃଶ୍ୟମାନ ହେଉ ନଥିବାରୁ କୌଣସି ଦେବ ନୀତି ବନ୍ଦ ହେବ ନାହିଁ ।  ଏହାସହ ମହାଳୟା ଅମାବାସ୍ୟା ଅବସରରେ ପିଣ୍ଡଦାନ, ଶ୍ରାଦ୍ଧ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like