ରାଜ୍ୟ

ବିପତ୍ତି ବେଳେ ମହଙ୍ଗା ମାଡ଼, ଇନ୍ଧନ ହେଉ କି ରନ୍ଧନ ତେଲ ମୂଲ୍ୟବୃଦ୍ଧିରେ ମଧ୍ୟବିତ୍ତ ଶ୍ରେଣୀକୁ ଅଧିକ ପ୍ରଭାବିତ କରିଛି

କେନ୍ୟୁଜ୍(ବ୍ୟୁରୋ): କୋଭିଡ ସମୟରେ ଅନେକଙ୍କ ଆର୍ଥିକ ଅବସ୍ଥା ଖରାପ ସ୍ଥିତି ଆଡକୁ ଗତି କରୁଛି। ଏ ସମୟରେ ପନି ପରିବା ଓ ଖାଦ୍ୟପଦାର୍ଥର ଦରଦାମ ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଏହି ମୂଲ୍ୟବୃଦ୍ଧି ଭିତରେ ଖାଇବା ତେଲର ଦର ବୃଦ୍ଧି ସର୍ବାଧିକ। ଗତ ୬ ମାସ ହେଲା ଖାଇବା ତେଲ ପ୍ରତି ମାସରେ ୫-୧୦ ଟଙ୍କା ବଢି ପ୍ରାୟ ୫୦ରୁ ୭୦ ପ୍ରତିଶତ ଦର ବୃଦ୍ଧି ହୋଇ ସାରିଲାଣି। ଯାହା ମଧ୍ୟବିତ୍ତ ଶ୍ରେଣୀକୁ ଅଧିକ ପ୍ରଭାବିତ କରିଛି ।

ତୈଳ ଦର ବୃଦ୍ଧି । ଇନ୍ଧନ ହେଉ କି ରନ୍ଧନ । ସବୁଥିରେ ପ୍ରାଇସ୍‌ର ରକେଟ୍‌ ରାଇଜ୍‌। ଗତ ଛଅ ମାସ ଭିତରେ ଖାଇବା ତେଲରେ ଅହେତୁକ ଦର ବୃଦ୍ଧି। ପ୍ରାୟ ୫୦ରୁ ୭୦% ବୃଦ୍ଧି। ଛଅ ମାସ ତଳେ ଶୋରିଷ ତେଲ ଲିଟର ପିଛା ଥିଲା ୧୦୦ରୁ ୧୧୩ ଟଙ୍କା। ଏବେ ଅଛି ୧୬୦ରୁ ୧୮୦। ସେହିପରି ରିଫାଇନ ଲିଟର ପିଛା ଥିଲା ୮୦ରୁ ୮୫ ଟଙ୍କା। ଏବେ ଅଛି ୧୬୦ରୁ ୧୭୦। ପାମୋଲିନ ତେଲର ଦାମ ଥିଲା ୭୦ରୁ ୮୦ ଟଙ୍କା। ଏବେ ଅଛି ୧୨୫ରୁ ୧୩୦ ଟଙ୍କା।

 ଦର ବଢୁଛି କାହିଁକି? ପ୍ରମୁଖ କାରଣ, ଦେଶରେ ଚାହିଦା ମୁତାବକ ତେଲ ଉତ୍ପାଦନ ନାହିଁ। ବିଦେଶରୁ ଆମଦାନୀ ହେଉଛି। ଯେଉଁ ଦେଶରୁ ଆସୁଛି, ସେଠାରେ ବିଭିନ୍ନ କାରଣରୁ ଉତ୍ପାଦନ କମିଛି। ସେହି ଦେଶଗୁଡିକ ରପ୍ତାନୀ ଶୁଳ୍କ ବଢାଇ ଦେଇଛନ୍ତି। ଏହାସହ ଦେଶରେ ପହଞ୍ଚିଲେ ଶୁଳ୍କ ପଡୁଛି। ଫଳରେ ଦର ବୃଦ୍ଧି ହେଉଛି। ଏହାସହ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଥିବାରୁ ପରିବହନ ଖର୍ଚ୍ଚ ବଢିଛି।

 

ତୈଳ ଦର ବୃଦ୍ଧି କିଚେନ୍‌ ରୁମ୍‌ ବଜେଟ୍‌ ବିଗାଡ଼ିଛି। ବିଶେଷ କରି ମଧ୍ୟବିତ୍ତଙ୍କ ଉପରେ ମାଡ଼ ଅଧିକ। କୋରନା ପାଇଁ ସମସ୍ତେ କଲବଲ। ଆର୍ଥିକ ଅବସ୍ଥା ଦୋହଲିଛି। ଏ ସମୟରେ ତୈଳ ଦର ବୃଦ୍ଧି ଅଣନିଶ୍ୱସୀ କରି ଦେଲାଣି। ସମସ୍ତେ ନିରୂପାୟ। ତୈଳ ଦର କଥା ପଚାରିଲେ, ତେଲ ଲୁଣରୁ ଡାଲି ଚାଉଳ, ପନିପରିବା ସବୁ ଦୁଃଖ କହୁଛନ୍ତି ଗୃହିଣୀ।

ଯେଉଁଠି ଦିନେ ଦି’ ଲିଟିର ଦରକାର ପଢୁଥିଲା। ଏବେ ଘରେ ଗୋଟିଏ ଲିଟରରେ କାମ ଚଳାଯାଉଛି। କମ ଆୟ ସହ ଦରବୃଦ୍ଧି। ତେଣୁ ଅନେକ ଖର୍ଚ୍ଚ କାଟ୍‌ ବିକଳ୍ପ ବାଛିଛନ୍ତି। ସମସ୍ତଙ୍କ ଅପେକ୍ଷା, ସରକାର ଶୁଳ୍କ ହ୍ରାସ କରନ୍ତୁ। କିନ୍ତୁ ସରକାର ବି କୋଭିଡ୍‌ ସମୟରେ ଆୟର ପନ୍ଥା ଖୋଜୁଛନ୍ତି। ତେଣୁ ସମସ୍ୟା ସହଜ ନୁହଁ ଜଟିଳ ସ୍ଥିତିରେ ରହିଛି। କେତେ ଦିନ ରହିବ, ତାହା ବି ସ୍ପଷ୍ଟ ନାହିଁ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

11 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

16 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago