ହାଣ୍ଡିଶାଳରେ ମହଙ୍ଗା ମାଡ଼: ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଆକାଶ ଛୁଆଁ ହେଲାଣି ପରିବା ଦର

ଆଜି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି । ଆନ୍ଦୋଳନ ହେତୁ ମାଲବାହୀ ଟ୍ରକ ଗୁଡିକ ରାସ୍ତାରେ ଅଟକି ରହିଛି । ଏହାର ପ୍ରଭାବ ସିଧାସଳଖ ପରିବା ମାର୍କେଟ ଉପରେ ପଡିଛି ।

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସାରା ରାଜ୍ୟରେ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି । ଆନ୍ଦୋଳନ ହେତୁ ମାଲବାହୀ ଟ୍ରକ ଗୁଡିକ ରାସ୍ତାରେ ଅଟକି ରହିଛି । ଏହାର ପ୍ରଭାବ ସିଧାସଳଖ ପରିବା ମାର୍କେଟ ଉପରେ ପଡିଛି । ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର, ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ ଓ ଡ଼ିଜେଲ। ଫଳରେ ଆକାଶ ଛୁଆଁ ହୋଇଛି ପରିବା ଦର । ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଗ୍ରାହକ ଓ ଦୋକାନୀ । ପୋଟଳ ୧୬୦, କାକୁଡି ୬୦,ଭେଣ୍ଡି ୬୦,ବାଇଗଣ ୭୦ ,ଫୁଲକୋବି ୬୦ , କଲରା ୬୦ ଟଙ୍କାରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.